
ବିଷମକଟକ , ୨୦/୦୧/୨୨ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ପଞ୍ଚାୟତ କାର୍ଯ୍ୟଳାୟ ରେ ତାଲା ଠିକୁଳେ ତିନିଟି ଗ୍ରାମର ମହିଳା। ଦୀର୍ଘ ୧୦ ଦିନ ହେଲା ପାନୀୟ ଜଳ ଜଗାଣ ଠପ ହୋଇଯିବାର ତିନଟି ଗ୍ରାମର ମହିଳା ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକେଇ ବିକ୍ଷବ କରୁଛନ୍ତି ।

ଦିର୍ଘ ଦୁଇମାସ ହେବ ଚାଟିକୋଣା ପଞ୍ଚାୟତ କାର୍ଯ୍ୟାଳୟରେ ସି ଏଫ ସି ପାଣ୍ଠିରେ ଟଙ୍କା ନଥିବାରୁ ବିଦ୍ୟୁତ ବିଲ ପୌଠ କରିନଥିଲା ।ଯାହା ଫୋଳରେ ଗତ ୧୦ ଦିନ ହେଲା ଚାଟି କୋଣା ସଦର ପଞ୍ଚାୟତ ସମେତ ଝିମିରିଗୁଡ଼ା,ହାଡ଼ ସୀଙ୍କୁଳା ଗ୍ରାମର ତିନଟି ପୋମ୍ପ ହାଉସ ର ବିଦ୍ୟୁତ କାଟ କରିଥିଲା ବିଦ୍ୟୁତ ବିଭାଗ।

ଦିର୍ଘ ୧୦ ଦିନ ହେବ ଏଭଳି ପାନୀୟ ଜଳ ସମସ୍ୟା କୁ ନେଇ ଆଜି ମହିଳା ମାନେ ମିଳିତ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି। ବ୍ଲକ ଓ ପଞ୍ଚାୟତ କାର୍ଯ୍ୟଳୟ ରେ ଅଭିଯୋଗ କରିବା ପରେ ମଧ୍ୟ କୋୖଣସି ସମଧାନ ନ ହେବାରୁ ଏଭଳି ତାଲା ପକାଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଚାଟିକଣା ପଚାୟତ ରେ ବିଭିନ୍ନ ପ୍ରକାର ସମସ୍ୟା ମାନ ସୃଷ୍ଟି ହେଉଥିବା ବେଳେ ମଧ୍ୟ ସ୍ଥାନୀୟ ରାଜନେତା ବା ସରକାରୀ ବାବୁ ମାନଙ୍କ ଏହି ସମସ୍ୟା ପ୍ରତି କୈଣସି ଦୃଷ୍ଟି ପଢୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ। ଏହି ସମ୍ପର୍କରେ ଆମେ ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ କୈଣସି ପ୍ରକାର ସମାଧାନ ନ ହେବାରୁ ବାଧ୍ୟ ହୋଇ ପଚାୟତ ଅଫିସ୍ ତାଲା ପକାଇବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ପଚାୟତ ଅଫିସ ତାଲା ପକାଇବା ଫଳରେ ଆଜି ପ୍ରାର୍ଥୀପତ୍ର ଦାଖଲ ହେବାରେ ପ୍ରାୟ ଦୁଇ ଘଣ୍ଟା ପାଖାପାଖି ପ୍ରାଥୀ ପତ୍ର ଦାଖଲ ହେବାରେ ସମସ୍ୟା ସୃଷ୍ଟି ହୋଇଥିଲା।

ଘଟଣା ସ୍ଥଳରେ ବିଷମ କଟକ ପୋଲିସ ଓ ଜଳ ଓ ପରିମଳ ବିଭାଗ ର କନିଷ୍ଟ ଯନ୍ତ୍ରୀ ରାଜେଶ୍ୱରୀ ପାତ୍ର ପ୍ରତିଶୃତି ଦେବା ପରେ ଧାରଣା ରୁ ଅହରି ଥିଲେ ମହିଳା ମାନେ। ଏହି ସମ୍ପର୍କରେ ଆମେ ବିଷମକଟକ ବିଦ୍ୟୁତ ବିଭାଗର ଏସ୍ ଡିଓ ଶ୍ରୀ ଲେଙ୍କାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପ୍ରାୟ ୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବାକି ରହିଥିବାରୁ ବିଦ୍ୟୁତ ସଯୋଗ କଟାଯାଇଥିବା ଶ୍ରୀ ଲେଙ୍କା ପ୍ରକାଶ କରିଛନ୍ତି।


