Thursday, October 15, 2026
Home ଆଞ୍ଚଳିକ ବିଭିନ୍ନ ଦଳ ତରଫରୁ ଜିଲ୍ଳା ପରିଷଦ ନାମାଙ୍କନ ।

ବିଭିନ୍ନ ଦଳ ତରଫରୁ ଜିଲ୍ଳା ପରିଷଦ ନାମାଙ୍କନ ।

65


ନବରଙ୍ଗପୁର , ୨୦/୦୧/୨୨ (ଜିଲ୍ଲା ଖବର ) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ପରେ ଚାଲିଛି ନାମାଙ୍କନ ପ୍ରକ୍ରିୟା। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନାମାଙ୍କନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ପ୍ରାର୍ଥୀପତ୍ର ଦାଖଲ ହୋଇପାରିନାହିଁ।

ନାମାଙ୍କନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ରାଜନୈତିକ ଦଳ ଗୁଡିକ ଏବେ ମଧ୍ୟ ପ୍ରାର୍ଥୀ ଚୂଡାନ୍ତ ତାଲିକା ପ୍ରସ୍ତୁତ ହୋଇଯାଇଛି ଯାହା ବାକି ରହିଛି ପ୍ରାର୍ଥୀ ପତ୍ର ଦାଖଲ। ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି ଯେ, ବିଜେପି ତାର ସମସ୍ତ ପ୍ରାର୍ଥୀ ଚୁଡାନ୍ତ କରି ସାରିଛି।

ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ ପ୍ରାଥୀ ପତ୍ର ଦାଖଲ ହେବ ଜିଲ୍ଲାରେ ଛବିଶି ଟି ଆସନ ମଧ୍ୟରୁ କୋଡ଼ିଏ ଆସନ ରେ ବିଜୟୀ ଲାଭ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ସେହିପରି କଂଗ୍ରେସ ପକ୍ଷ୍ୟରୁ ଜିଲ୍ଲା DCC ସଭାପତି ମୁନ୍ନା ତ୍ରୀପାଠୀ କହିଛନ୍ତି କଂଗ୍ରେସ ମଧ୍ୟ ତାର ସମସ୍ତ ପ୍ରାର୍ଥୀ ଚୁଡାନ୍ତ କରିସାରିଛି, କେବଳ ନାମାଙ୍କନ ବାକି ରହିଛି ଛବିଶୀ ଜିଲ୍ଲା ପରିଷଦ ଆସନ ରେ କଂଗ୍ରେସ୍ ପ୍ରାର୍ଥୀ ବିଜୟ ଲାଭ କରିବ ।

ସେହିପରି ବିଜେଡ଼ି ଜିଲ୍ଲା ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ବିଜେଡିର ସମସ୍ତ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଥିବା କହିବା ସହ ଦୁଇ ଦିନ ମଧ୍ୟରେ ସମସ୍ତ ୨୬ ଟି ଯାକ ଜିଲ୍ଲା ପରିଷଦ ଆସନ ଏବଂ ଏହା ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ଏବଂ ୱାର୍ଡମେମ୍ବର ପଦବୀ ପାଇଁ ନାମାଙ୍କନ ଦାଖଲ କରିବେ ୨୬ ଜିଲ୍ଲା ପରିଷଦ ଆସନ ରେ ବିଜେଡ଼ି ବିଜୟ ଲାଭ କରିବ ବୋଲି କହିଛନ୍ତି।

ଜିଲ୍ଲାରେ ବର୍ତ୍ତମାନ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ତିନି ଦଳ ପ୍ରସ୍ତୁତି ଚଳାଇ ଥିବା ବେଳେ ତ୍ରୀମୁଖି ପ୍ରତିଦ୍ବନ୍ଦୀ ହେବା ଏକ ପ୍ରକାର ସ୍ପଷ୍ଟ ବାରି ହୋଇ ପଡ଼ୁଛି।