Thursday, November 12, 2026
Home ଆଞ୍ଚଳିକ ଶାନ୍ତି ଶକ୍ତି ଭବନରେ ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ l

ଶାନ୍ତି ଶକ୍ତି ଭବନରେ ବ୍ରହ୍ମାବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ l

309

ଆସିକା , ୧୮/୦୧/୨୨ (ଜିଲ୍ଲା ଖବର ) : ଜାନୁଆରୀ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତି ଶକ୍ତି ଭବନରେ ବ୍ରହ୍ମାକୁମାରୀସ ର ସଂସ୍ଥାପକ ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବାଙ୍କ ୫୩। ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l

ଶାନ୍ତି ଶକ୍ତି ଭବନ ପରିସରରେ ପ୍ରାତକାଳରୁ ଅଖଣ୍ଡ ଯୋଗ ତପସ୍ୟା ରେ ଶତାଧିକ ଭଉଣୀ ଭାଇ ପରମାତ୍ମାଙ୍କ ଶିବପିତା ଙ୍କୁ ଧ୍ୟାନ କରିଥିଲେ l

ଏହି ଅବସରରେ ଆୟୋଜିତ ଆଧ୍ୟାତ୍ମିକ ସ୍ନେହମିଳନ କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ପ୍ରକାଶ କରିଥିଲେ ଈଶ୍ବରୀୟ ବିଶ୍ଵ ବିଦ୍ୟାଳୟ ର ସଂସ୍ଥାପକ ଦାଦା ଲେଖରାଜ କିଭଳି ପରମାତ୍ମାଙ୍କ ନିର୍ଦେଶ କ୍ରମେ ପ୍ରତିଷ୍ଠିତ ହୀରା ବ୍ୟବସାୟରୁ ଅବ୍ୟାହତି ନେଇ ନିଜର ସ୍ଥାବର ଆସ୍ଥାବର ସମ୍ପତ୍ତି କୁ ଶିବପିତା ଙ୍କ ଯଜ୍ଞ ରେ ସମର୍ପିତକରି ବିଶ୍ୱ କଲ୍ୟାଣର ଚେତନାରେ ମାନବ ଜାତିକୁ ଶାନ୍ତି ପ୍ରେମ ଓ ଭାତୃଭାବର ସନ୍ଦେଶ ପ୍ରଦାନ କରିବାକୁ

ତଥା ଦୁଃଖ, ଅଶାନ୍ତି,ନିରାଶ, ହତାଶ ଓ ନକାରାତ୍ମକ ଭାବନାରେ ତ୍ରସ୍ତ ବିଶ୍ୱବାସୀଙ୍କୁ ପୁନଃ ସୁଖ, ଶାନ୍ତି, ଆଶା ଓ ବିଶ୍ୱାସରେ ଭରପୁର ଏକ ସକାରାତ୍ମକ ସମାଜ ଉପହାର ଦେବା ପାଇଁ ତତ୍କାଳୀନ ଭାରତୀୟ ସମାଜର ଦୁର୍ବଳ, ନିଷ୍ପେସିତ ମାତା ଓ ଭଉଣୀଙ୍କୁ ନେଇ ଏକ ଶକ୍ତିଶାଳୀ ନାରୀ ସଂଗଠନ ଗଠନ କରି ଯେଉଁ କାର୍ଯ୍ୟର ଅlୟମାରମ୍ଭ କରିଥିଲେ ଆଜି ପରମାତ୍ମା ପିତାଙ୍କ ଉକ୍ତ କାର୍ଯ୍ୟ ସାରା ବିଶ୍ୱରେ ସକାରାତ୍ମକ ପରିବର୍ତ୍ତନର ଯେଉଁ ସୌଧ ନିର୍ମାଣ କରିଛି ତାହା ସମଗ୍ର ବିଶ୍ୱ ଆଦୃତ l

ଆଜି ଅବ୍ୟକ୍ତ ସ୍ମୃତି ଦିବସରେ ଆମେ ସକାରାତ୍ମକ, ପବିତ୍ର, ଶୁଦ୍ଧ ସଂକଳ୍ପର ସହଯୋଗ ଦେଇ ବିଶ୍ବ ନବ ନିର୍ମାଣର ସନ୍ଦେଶ ପ୍ରଦାନ କରିବାପାଇଁ ପ୍ରତିଶୃତିବଦ୍ଧ ହେବା ଏହାହିଁ ଆଜିର ଦିବସରେ ଯଜ୍ଞପିତା ବ୍ରହ୍ମାବାବାଙ୍କ ପ୍ରତି ସତ୍ୟ ଶ୍ରଦ୍ଧାଞ୍ଜଳି ହେବ l

କାର୍ଯ୍ୟକ୍ରମରେ ଅତିଥେୟ ପ୍ରଦାନ କରି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଗିରିଶ ତ୍ରିପାଠୀ ଓ ଆସିକା ଥାନାରେ କାର୍ଯ୍ୟରତ ଏ.ଏସ. ଆଇ.ସୁଶ୍ରୀ ଇନ୍ଦିରା ଭଉଣୀ ବ୍ରହ୍ମାବାବା ଙ୍କ ଉଦ୍ଧେଶ୍ୟରେ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l