
ନବରଙ୍ଗପୁର ନନ୍ଦାହାଣ୍ଡି, ୧୮/୦୧/୨୨ (ଜିଲ୍ଲା ଖବର ) : ଚଳିତ ତ୍ରିସ୍ତରୀୟ ନିର୍ବାଚନର ନାମାଙ୍କନ ପାଇଁ ପ୍ରଥମ ଦିବସ ଅର୍ଥାତ ତା-୧୭/୦୧/୨୨ ରିଖରେ ବ୍ଲକର ମୋଟ ୧୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ବ୍ଲକ ଅତିରିକ୍ତ ନିର୍ବାଚନ ଅଧିକାରୀ ମୋଜେସ ଫେଡ୍ରିକ ନାଗଙ୍କ ସୂଚନା କ୍ରମେ ଡଙ୍ଗର ଭେଜା ପଞ୍ଚାୟତର ୱାର୍ଡ ନଂ- ୯ ରୁ ଜଣେ, ଦହଣା ପଞ୍ଚାୟତର ୱାର୍ଡ ନଂ-୧୧ରୁ ୨ ଜଣ, ମେଣ୍ଟ୍ରି ପଞ୍ଚାୟତର ୱାର୍ଡ ନଂ-୬ ରୁ ଜଣେ,ୱାର୍ଡ ନଂ-୧୧ ରୁ ଜଣେ,
ନନ୍ଦାହାଣ୍ଡି ପଞ୍ଚାୟତର ୱାର୍ଡ ନଂ-୪ ରୁ ଜଣେ, ୱାର୍ଡ ନଂ ୬ ରୁ ଜଣେ, ୱାର୍ଡ ନଂ-୧୧ ରୁ ୨ ଜଣ ଏବଂ ସିନ୍ଧିଗୁଡା ପଂଚାୟତର ୱାର୍ଡ ନଂ-୩ ରୁ ୨ ଜଣ, ୱାର୍ଡ ନଂ-୪ରୁ ଜଣେ ଓ

ୱାର୍ଡ ନଂ-୫ରୁ ୨ ଜଣ ଲେଖାଏଁ ପ୍ରଥମ ଦିନର ଅନ୍ତିମ ସୁଦ୍ଧା କେବଳ ୱାର୍ଡ ସଭ୍ୟ/ସଭ୍ୟା ନାମାଙ୍କନ ପତ୍ର ଦାଖଲ କରିଥିଲେ ।



