Home ଆଞ୍ଚଳିକ ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା’ ବ୍ୟବସାୟୀ ।

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା’ ବ୍ୟବସାୟୀ ।

115

ଯାଜପୁର ,୧୭/୦୧/୨୨ (ଜିଲ୍ଲା ଖବର ) : ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚାରେ ଜଣେ ଚା ବ୍ୟବସାୟୀ l

ଏ ଖବର ଶୁଣିଲେ ଆପଣବି କହିବେ ସତରେ ଆଜିବି ବଞ୍ଚିରହିଛି ମଣିଷ ପଣିଆ lଘଟଣାଟି ହେଉଛି ଜାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ଅଞ୍ଚଳର l

ଗତ ପନ୍ଦର ତାରିଖ ଅପରାହ୍ଣ ସମୟରେ ପାରାଦୀପରୁ ବାଇକ ଯୋଗେ ନିଜଗାଁ ଅଭିମୁଖେ ବାହରିଥିଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପସି ଥାନା ବ୍ରାହ୍ମଣଗାଁ ଗ୍ରାମର ବୀରେନ୍ ପିଙ୍ଗୁଆ l

ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ନିକଟରେ ଥିବା ଏକ ଚା ଦୋକାନ ସମ୍ମୁଖରେ ହଠାତ୍ ତଳେ ପଡିଯାଇଥିଲା ଗୋଟେ କଳାରଙ୍ଗର ମନିପର୍ସ, ବାଇକର ଗତି ଏତେ କ୍ଷିପ୍ର ଥିଲାଯେ ଚା ବ୍ୟବସାୟୀ ଜଣଙ୍କ ଚିକ୍ତାର କରି ଡାକିଥିଲେବି ଯୁବକ ଜଣଙ୍କ ସେଠାରୁ ପଳାଇ ଆସିଥିଲେ,

କିନ୍ତୁ ସେହି ମନିପର୍ସକୁ ନିଜ ପାଖରେ ନରଖି ସଙ୍ଗେ ସଙ୍ଗେ ନିକଟରେ ଥିବା ଜାରକା ବିଟ୍ ହାଉସରେ ଥିବା ଅଧିକାରୀ ରାଜକିଶୋର ନାୟକଙ୍କୁ ଜାଣଇଥିଲେ ଓ ସାମଜିକ ଗଣମାଧ୍ୟମରେ ମଧ୍ଯ ସେୟାର୍ କରାଯଇଥିଲା ଓ ଫାଣ୍ଡି ଅଧିକାରୀ ବାଙ୍ଗିରିପସି ଥାନା ସହିତ ଯୋଗାଯୋଗ କରିଥିଲେ l

ଶେଷରେ ସୋମବାର ଦିନ ସଂଧ୍ଯାରେ ସେହି ଯୁବକ ଜାରକା ଫାଣ୍ଡିରେ ପହଂଚି ନିଜର କିଛି ପ୍ରମାଣ ପତ୍ର ଦେଖାଇବା ପରେ ବଜାର କମିଟିର କିଛି ସଦସ୍ୟ ଫାଣ୍ଡି ଅଧିକାରୀ ଓ ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତିରେ ଚା ବ୍ୟବସାୟୀ କୃଷ୍ଣ ଦଳେଇ ଯୁବକଙ୍କ ମନିପର୍ସ ସହିତ ନଗଦ ସାତହଜାର ଟଙ୍କା ଫେରାଇଥିଲେ l

ଆସନ୍ତୁ ଶୁଣିବା କଣ କହୁଛନ୍ତି ଯୁବକ ଜଣଙ୍କ l