Home ଆଞ୍ଚଳିକ ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କ ପରଲୋକ ।

ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କ ପରଲୋକ ।

164

ଗୁଣୁପୁର , ୧୭/୦୧/୨୨ (ଜିଲ୍ଲା ଖବର ) : ପଦ୍ମଶ୍ରୀ ଶାନ୍ତିଦେବୀ ଆମ ସମସ୍ତଙ୍କ ପ୍ରିୟ ର ବୋଉ ଆଉ ନାହାନ୍ତି। ୮୮ ବର୍ଷ ବୟସରେ ସେ ଆଜି ବିଳମ୍ବିତ ରାତ୍ରିରେ ହଠାତ୍ ଛାତିରେ ଜନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ।

ପରେ ସ୍ଥାନୀୟ ସେବା ସମାଜ କୁ ଉପଖଣ୍ଡ ଡାକ୍ତରଖାନାର ମେଡିକାଲ ସୁପରିଟେଣ୍ଡେଣ୍ଟ ଡଃ ରମେଶ ଚନ୍ଦ୍ର ସାହୁ ପହଞ୍ଚି ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଜଣେ ଶ୍ରେଷ୍ଠ ସେବକ, ପରୋପକାରୀ, ସମାଜସେବୀ ମହିଳା ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ।

ତାଙ୍କ ସେବାକାର୍ଯ୍ୟ ପାଇଁ ସେ ଗତ ନଭେମ୍ବର ମାସରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଠାରୁ ପଦ୍ମଶୀ ଉପାଧିରେ ଭୁଷିତ ହୋଇଥିଲେ। ସେ ୧୯୩୮ ମସିହାରେ ବାଲେଶ୍ଵର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେ ଙ୍କ ପ୍ରେରଣାରେ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ଗତ ୨୦୨୧ ନଭେମ୍ବର ୯ ତାରିଖ ରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୁଷିତ କରିଥିଲେ । ୧୯୫୧ ମସିହାରେ ସେ ଗୁଣୁପୁର ଅଞ୍ଚଳ କୁ ଆସି ଏଠାରେ ସମାଜସେବା ଓ ଭୂଦାନ ଆନ୍ଦୋଳନ କୁ ଜାରୀ ରଖିଥିଲେ ।

୧୯୬୪ ରେ ଅନାଥ ଶିଶୁଙ୍କ ପାଇଁ ସେବା ସମାଜ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ।ସୋମବାର ଦିନ ସ୍ୱର୍ଗତା ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କ ଶେଷ ଦର୍ଶନ କରିବା ନିମନ୍ତେ ଜିଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶର୍ମା , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଷମ କଟକ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଙ୍କ ସମେତ ବିଭାଗ ର ସରକାରୀ ବେସରକାରୀ କର୍ମଚାରୀ ଙ୍କ ସହ ସାଧାରଣ ଲୋକ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।