
ବ୍ରହ୍ମପୁର , ୧୭/୦୧/୨୨ (ଜିଲ୍ଲା ଖବର ) : ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର ମହାନଗର ୱାର୍ଡ ୧ ଏବଂ ୱାର୍ଡ ୨ ନମ୍ୱର୍ ଅଞ୍ଚଳ ନିଜେ ପରିଦର୍ଶନ କରି ଅଞ୍ଚଳ ବାସୀଙ୍କ ମୌଳିକ ସମସ୍ୟା ବିଷୟରେ ବୁଝି ସେ ସମସ୍ୟାର ତୁରନ୍ତ ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଯୁବ ପିଢ଼ିକୁ ଅଧିକ ଗୁରୁତ୍ବ ଦେଇ ବିଧାୟକ ଶ୍ରୀ ପଣ୍ଡା ସେମାନଙ୍କ ସହଯୋଗ ଲୋଡିଥିଲେ ।

ଲୋକଙ୍କ ସମସ୍ୟାର ସମାଧାନ କିପରି ଅତିଶିଘ୍ର ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକ କଲ୍ୟାଣ ଯୋଜନା ରୁ ସମସ୍ତେ କିଭଳି ଲାଭବାନ ହେବେ ଏବଂ କୌଣସି ବି ଲୋକ ଏହି ସୁବିଧାରୁ ବଞ୍ଚିତ ନହେବେ ଏବଂ ଆମେ ସମସ୍ତେ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ସୁଦୃଢ କରିବା ସହ ଓଡ଼ିଶା ମୋ ପରିବାର ଭଳି ସମସ୍ତେ ସମସ୍ତଙ୍କୁ ସାହାର୍ଯ୍ୟ, ସହଯୋଗ କରି ବ୍ରହ୍ମପୁର ସହରକୁ ଏକ ଉନ୍ନତ ସହର ରୂପେ ଗଢି ତୋଳିବା ସେ ବିଷୟରେ ସମ୍ବୋଧନ କରିଥିଲେ ଅଞ୍ଚଳ ବାସୀଙ୍କୁ ।
ଏହା ବ୍ୟତୀତ ସେ ବହୁ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସବୁ ସମସ୍ୟାର ସମାଧାନ ସହ ଏକ ସୁସ୍ଥ, ସୁନ୍ଦର ଏବଂ ସୁରକ୍ଷିତ ବ୍ରହ୍ମପୁର ଗଠନ ଦିଗରେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ଏବଂ କୌଣସି ବି ଅସୁବିଧା ହେଲେ କିପରି ବିଧାୟକଙ୍କ ଅଫିସ୍ ସହ ଯୋଗାଯୋଗ କରି ବ୍ୟବହାର କରିବେ ।

ମାନ୍ୟବର ବିଧାୟକଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ମହାନଗର ଯୁବ ସଭାପତି ଶ୍ରୀ ଅଜିତ୍ କୁମାର ପଣ୍ଡା ଏବଂ ଛାତ୍ର ସଭାପତି ଶ୍ରୀ ଶୋଭନ କୁମାର ନାୟକଙ୍କ ନେତୃତ୍ୱରେ ୱାର୍ଡ କମିଟିର ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ବିଜୁ ଜନତା ଦଳ ସଭାପତି ଶ୍ରୀ ବିଜୟ ଚନ୍ଦ୍ର ସାମଲ ସମ୍ବୋଧନ କରିଥିଲେ।

ଏହି ସଭାରେ ସେହି ଅଞ୍ଚଳର ପୂର୍ବତନ କର୍ପୋରେଟର, ୱାର୍ଡ ମେମ୍ବର, ନୂତନ ୱାର୍ଡ କମିଟି ସଦସ୍ୟ ବୃନ୍ଦ ମହିଳା ସଦସ୍ୟା, ଏବଂ ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ଏବଂ ମାନ୍ୟବର ବିଧାୟକଙ୍କ ଦୀର୍ଘ ୨ ବର୍ଷର କର୍ମଠ ପରିଶ୍ରମ ଏବଂ ଲୋକପ୍ରିୟ କାର୍ଯ୍ୟ କୁ ସାଧୁବାଦ୍ ଜଣାଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିବା ସହ ବ୍ରହପୁରକୁ ଏକ ସୁନ୍ଦର ସହର ରୂପେ ଗଢି ତୋଳିବାର ମାନ୍ୟବର ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନକୁ ନିଶ୍ଚୟ ସେମାନେ ପୂରଣ କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ।



