
ବ୍ରହ୍ମପୁର, ୫।୧୨ (ଲଷ୍ମୀ ନାରାୟଣ ମିଶ୍ର) : ଜିଲ୍ଲା ପ୍ରଶାସନର ଆନୁକୂଲ୍ୟରେ ଛତ୍ରପୁର ଖେଳପଡ଼ିଆ ଠାରେ ଲୋକକଳା ଓ ଦ୍ଵିତୀୟ ଛତ୍ରପୁର ମହୋତ୍ସବ, ପଲିଶ୍ରୀ ମେଳା, ଟାମ୍ପରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ଜିଲ୍ଲା,ଗଞ୍ଜାମ ର କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ। ଗୋପାଳପୁର ମହୋତ୍ସବର ସାନ ଭାଇହେଉଛି ଛତ୍ରପୁର ମହୋତ୍ସବ। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିନରେ ରାଜ୍ୟ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ଡ଼.ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଲା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗଦେଇ ଥିଲେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗ ଉତ୍ସବରେ ସଭାପତିତ୍ବ କରିଥିଲେ। ଜିଲ୍ଲାପାଳ କହିଥିଲେ ଆଜି ମଞ୍ଚରେ ଗଞ୍ଜାମ ଟିମ ଏକାଠି ହୋଇଛନ୍ତି। ଡ଼ିଆଇପିଆରଓ ବିରଞ୍ଚି ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ବାବା ସେହଗାଲ ସଂଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାର ବହୁ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଭିନ୍ନ ଏସଏଜି ଗ୍ରୁପ ନିଜଦ୍ୱାରା ନିର୍ମିତ ସାମଗ୍ରୀ ଷ୍ଟଲ ମାଧ୍ୟମରେ ବିକ୍ରି କରିଥିଲେ।



