Saturday, November 14, 2026
Home ଆଞ୍ଚଳିକ ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାଂଥ ନିବାସ ସହ ଶୌଚାଳୟ ନିର୍ମାଣ ଦାବି ।

ଚାଟିକଣା ପାତାଳେଶ୍ୱର ମନ୍ଦିର ନିକଟରେ ପାଂଥ ନିବାସ ସହ ଶୌଚାଳୟ ନିର୍ମାଣ ଦାବି ।

214

ବିଷମକଟକ, ୧୫/୦୧/୨୨ (ଜିଲ୍ଲା ଖବର ) : ଭାଗ୍ୟର ବିଡମ୍ବନା। ନିୟମଗିରି ପାହାଡ ପାଦ ଦେଶରେ ଥିବା ପାତାଳେଶ୍ୱର ମନ୍ଦିର ରେ ଉନ୍ନତି କରିବା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ସାତ ସପନ ।ନିୟମଗିରି ପାହାଡ ର ପାଦ ଦେଶରେ ରହିଥିବା ଦର୍ଶନୀୟ ସ୍ଥାନ ପ୍ରସିଦ୍ଧ ପାତାଳେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ।

ଏଠାରେ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ରାଜ୍ୟ ମାନଙ୍କର ପର୍ଯ୍ୟଟକଙ୍କ ଭିଡ଼ ବହୁ ସମୟରେ ପରିଲକ୍ଷିତ ହୋଇଥାଏ। ଏହିସ୍ଥାନ ରେ ଦେବ ଦେବ ମହାଦେବ ପାତାଳେଶ୍ୱର ହଜାର ହଜାର ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି, ଏହି ମନ୍ଦିର ବହୁ ପୁରାତନ କାଳରୁ ନିର୍ମାଣ ହୋଇଥିବା ଇତିହାସ କହେ ।କିନ୍ତୁ ଦୁର୍ଭାଗ୍ୟର କଥା ଜିଲ୍ଲାର ଏହା ଏକ ପ୍ରମୁଖ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ହୋଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି।

ଏହି ପାତାଳେଶ୍ୱର ଶିବ ମନ୍ଦିର ରେ ବାର ମାସ ରେ ତେର ଯାତ ଅନୁଷ୍ଠିତ ହୋଇଥାଏ, ଇଁରାଜୀ ନବବର୍ଷ କଥା କୁହନ୍ତୁ ଅବା ଶ୍ରାବଣ ସୋମବାର ହେଉ କି କାର୍ତ୍ତିକ ମାସର ସୋମବାର ହେଉ ଏମିତି ବର୍ଷ କ ବାର ମାସ ଏହି ସ୍ଥାନ ରେ ଭକ୍ତଙ୍କ ଭିଡ଼ ରହିଥାଏ ,।

ଏହି ସ୍ଥଳ କୁ ବିଭିନ୍ନ ସମୟରେ ରାଜ୍ୟ ସମେତ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ ଏବଂ ଓଡିଶା ର ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକ ଏବଂ ଭକ୍ତ ମାନେ ଅନେକ ସମୟରେ ଏଠାକୁ ଭ୍ରମଣରେ ଆସିବା ସହିତ ଦେବ ଦେବ ମହାଦେବ ପାତାଳେଶ୍ୱର ଙ୍କ ଦର୍ଶନ ନିମନ୍ତେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା କୁ ଛୁଟି ଆସିଥାନ୍ତି।ଏହି ସ୍ଥାନକୁ ପ୍ରକୃତିର ଉପହାର କହିଲେ କିଛି ଭୁଲ ହେବ ନାହିଁ।

ଏହି ସ୍ଥାନ ରେ ପ୍ରକୃତି ର ରାଣୀ ସବୁ ଋତୁ ରେ ସଜେଇ ହୋଇ ରହିଥାଏ,ତତ୍କାଳୀନ ରାୟଗଡା ଜିଲ୍ଲା ଡି ଆର ଡି ଏ ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ଏହି ସ୍ଥାନ ରେ ଏକ ପାଂଥ ନିବାସ ସହିତ ଭକ୍ତଙ୍କ ପାଇଁ ଶୌଚ ଆଳୟ ମଧ୍ୟ କରିବା ପାଇଁ ପ୍ରତିସୃତି ଦେଇଥିଲେ ହେଲେ ତାହା ହୋଇ ପାରିନଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ଏହା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।