Wednesday, October 14, 2026
Home ଆଞ୍ଚଳିକ ପଞ୍ଚାୟତ ନିର୍ବାଚନ ପାଇଁ ନୋଟି ଫିକେସନ ଜାରି କଲା ନନ୍ଦାହାଣ୍ଡି ବ୍ଳକ ପ୍ରଶାସନ ।

ପଞ୍ଚାୟତ ନିର୍ବାଚନ ପାଇଁ ନୋଟି ଫିକେସନ ଜାରି କଲା ନନ୍ଦାହାଣ୍ଡି ବ୍ଳକ ପ୍ରଶାସନ ।

82

ନବରଙ୍ଗପୁର, ୧୪/୦୧/୨୨ (ଜିଲ୍ଲା ଖବର ) : ବାଜିଲା ପଞ୍ଚାୟତ ନିର୍ବାଚନ ର ବିଗୁଲ । ରାଜ୍ୟ ନିର୍ବାଚନ କମିଶନ ଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ପରେ ଆସିଲା ନୋଟିଫିକେସନ ।

ନବରଙ୍ଗପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ନିର୍ବାଚନ ଅଧିକାରୀ ଦାୟିତ୍ୱ ରେ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଦ୍ଵାରା ନୋଟିଫିକେସନ ଜାରି କରାଯାଇଛି । ନିର୍ବାଚନ କମିଶନଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିବା , ନିୟମାବଳୀ ତାରିଖ ଓ ସମୟ ମଧ୍ୟରେ ନିର୍ବାଚନ ର ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବା ନେଇ ନୋଟିଫିକେସନ ରେ ଦର୍ଶାଯାଇଛି ।

ଏବଂ ନିୟମାବଳୀ ଓ ତାରିଖ ସମୟ ମଧ୍ୟ ଦର୍ଶାଯାଇଛି । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ନୋଟିଫିକେସନ ଟଙ୍ଗା ଯାଇଛି । ଏଥିରେ ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତିସଭ୍ୟ, ଓ ୱାର୍ଡ ମେମ୍ବର ମାନଙ୍କ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ର ତାରିଖ, ଯାଞ୍ଚ, ପ୍ରତ୍ୟାହାର, ଓ ନିର୍ବାଚନ ତାରିଖ ର ସମ୍ପୂର୍ଣ୍ଣ ନିୟମାବଳି ସମ୍ପର୍କରେ ଦର୍ଶାଯାଇଛି ।

ଏଥିସହ ସମସ୍ତ ନିର୍ବାଚନ ପ୍ରକ୍ରିୟା କୋଭିଡ କଟକଣା ମଧ୍ୟରେ କଡାକଡି ପାଳନ କରାଯିବା ନେଇ ଦର୍ଶାଯାଇଛି । ଏ ଥର କରୋନା କଟକଣା ଯୋଗୁଁ ଭୋଟ ର ହାର କମିବାର ଆଶଙ୍କା କରୁଛନ୍ତି ବୁଦ୍ଧିଜିବୀ ।