Sunday, November 15, 2026
Home ଆଞ୍ଚଳିକ ନିଶ୍ଚୟ ବିଜୟ ଲକ୍ଷରେ ବିଜେଡି।

ନିଶ୍ଚୟ ବିଜୟ ଲକ୍ଷରେ ବିଜେଡି।

145

ବିଷମକଟକ,୧୪/୦୧/୨୨ (ଜିଲ୍ଲା ଖବର) : ରାମନାଗୁଡା “କ’ ଜୋନ ଜିଲ୍ଲାପରିଷଦ । ରାମନାଗୁଡା ବ୍ଲକ “କ’ ଜନ୍ ର ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ଯୁକ୍ତ ଗଗନ ଆଚାର୍ଯ୍ୟ ଙ୍କୁ ବିଜେଡି ଜିଲ୍ଲା ସଭାପତି ନାମ ଘୋଷଣା କରିଥିଲେ। ରାୟଗଡ଼ା ଜିଲ୍ଲାରେ ବିଜେଡି ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସବୁବେଳେ ଉଚ୍ଚ କୋଟୀର ହୋଇଆସୁଛି। ଚଳିତ ବର୍ଷ ଜଣେ ଦକ୍ଷ ସମାଜସେବୀ, ପରୋପକାରୀ,ସୁଖ ଦୁଃଖ ର ସାଥି ଶ୍ରୀ ଗଗନ ଆଚାର୍ଯ୍ୟ ଙ୍କ ନାମ ଘୋଷଣା କରିଥିଲେ ସଭାପତି ସୁଧିର କୁମାର ଦାସ।ଗଗନ ଆଚାର୍ଯ୍ୟ ଜଣେ ଏଭଳି ବ୍ୟକ୍ତି ତାଙ୍କ ନା ଯେମିତି ତାଙ୍କ କାର୍ଯଦକ୍ଷତା ମଧ୍ୟ ସେତେ ପ୍ରଶଂସନୀୟ ।ସେ ରାମନାଗୁଡା ବ୍ଲକ ର ପାରିଖିତି ପଞ୍ଚାୟତ ଅନ୍ତର୍ଗତ ଦେଉଳା ଭଳି ଛୋଟ ଗାଁ ରେ ରହି, ପୁରା ବ୍ଲକ ରେ ଚହଳ ପକାଇ ପାରିଛନ୍ତି,ସେ ସବୁବେଳେ ସବୁସମୟରେ ଲୋକାଭିମୁଖୀ କାର୍ଯ୍ୟ ,ଲୋକ ସେବା ଓ ପରୋପକାରୀ କର୍ମଠୋ ମଣିଷ ଟିଏ।ଓଡିଶା ସରକାରଙ୍କ ଗରିବ କଲ୍ୟାଣ କାରି କାର୍ଯ୍ୟ ଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚାଇବା ରେ ଜଣେ ଉତ୍ତମ କର୍ମୀ ଅଟନ୍ତି।କଥାରେ ଅଛି ସେବା କଲେ ବାସେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଦାଇତ୍ୱ ଦେବାକୁ ଯାଉଛି ବିଜୁ ଜନତା ଦଳ ।ସେ ମଧ୍ୟ ଦଳର ଏଭଳି ପରିସ୍ଥିତି ରେ ନିଜକୁ କୃତାର୍ଥ ମନେ କରି ଲୋକଙ୍କ ପାଇଁ ଲୋକାଭିମୁଖୀ କାର୍ଯ୍ୟ ରେ ସତପ୍ରତୀସତ କର୍ମ କରିବାକୁ ଆଗଭର ହୋଇ ଛନ୍ତି।”କ’ଣ ଜୋନ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି ବିଜୁବାବୁ ଙ୍କ ଆଦର୍ଶ ର ଦଳ ବିଜୁଜନତା ଦଳ ର ଚିହ୍ନ ଶଂଖ ଚିହ୍ନ ରେ ଵିଫୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ।