
ଗୁଣୁପୁର,୧୩/୦୧/୨୨ (ଜିଲ୍ଲା ଖବର ) : ଦିନକୁ ଦିନ ଗୁଣପୁର ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଆଜି ଗୁଣପୁର ପୋଲିସକୁ ମିଳିଛି ଏକ ଵଡ ସଫଳତା ।

ଗତ ୩୧.୧୨.୨୦୨୧ ତାରିଖରେ ଵସନ୍ତ କୁମାର ପଣ୍ଡାଙ୍କ ମୋବାଇଲ ଦୋକାନ ତାଲା ଭାଙ୍ଗି ୧୮ଟି ମୋବାଇଲ ଫୋନ ଓ ନଗଦ ୭୫ ହଜାର ଟଙ୍କା ଚୋରି ହେଉଥିବା ଥାନାରେ ଏତଲା ଦିଆଯାଇଥିଲା । ଫଳରେ ପୋଲିସ କେସ୍ ନମ୍ବର ୨୧୩ , ଅଣ୍ଡର ସେକ୍ସନ ୪୫୭/୩୮୦ ଆଇ ପି ସି ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଚାଲୁ ରହିଥିବା ସମୟରେ ଚୋରି ହୋଇଥିଵା ମୋବାଇଲର ଆଇ ଏମ ଇ ଆଇ ନମ୍ବରକୁ ଟ୍ରାକିଙ୍ଗ କରି ଜଣକୁ ଗିରଫ କରିବାରେ ଗୁଣପୁର ପୋଲିସକୁ ସଫଳତା ମିଳିଛି।

ଅପରାଧିକୁ ଗିରଫ କରି ତାଠାରୁ ୧୨ଟି ମୋବାଇଲ , ଗୋଟିଏ ଲାପଟପ , ୭ଟି ଚାର୍ଜର , ଗୋଟିଏ ଲୁହା ହାମର ସହ ନଗଦ ୪୦ ହଜାର ଟଙ୍କା ଜବତ କରିଛି । ଏବଂ ଅପରାଧୀକୁ ଆଜି କୋର୍ଟ ଚାଲାଣ କରାଯାଇଛି ।


