
ଜାନୁଆରୀ ମାସ ୧୨ ତାରିଖ ସୁମୀ ବିବେକାନନ୍ଦ ଜୟନ୍ତୀ ର ପବିତ୍ର ଅଵସର କୁ ସାରା ଭାରତ ବର୍ଷରେ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖା ସ୍ୱାମୀ ଜୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି ।

କରୋନା କଟକଣା କୁ ଦୃଷ୍ଟିରେ ରଖି ଆଜି ସୀମିତ ସଂଖ୍ୟା ରେ ବିଦ୍ୟର୍ଥୀନୀ ଓ ବିଦ୍ୟର୍ଥୀ ତଥା ପରିଷଦ ର କାର୍ଯ୍ୟ କର୍ତା ମାନେ ଗୁଣପୁର ମହାବିଦ୍ୟାଳୟ ପରିସରରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ସ୍ମୃତି ଚାରଣ କରିଛନ୍ତି ମହାବିଦ୍ୟାଳୟ ର ଅଧ୍ୟକ୍ଷକ ଶ୍ରୀ ବାମ ଦେବ ମିଶ୍ର ,

ପରିଷଦ ର ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶ୍ରୀ ଶେଷ ଶାୟୀ ସେନାପତି ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଦୀପ ପ୍ରଜ୍ବଳନ କରି ସ୍ଵାମୀ ଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ। ନଗର ସଭାପତି ପ୍ରଫୁଲ୍ଲ ଲିମା ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରିଥିଲେ ।

କାର୍ଯ୍ୟକ୍ରମ କୁ ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ସଂଯୋଜନା କରିଥିବା ବେଳେ ନଗର ପାଳ ଲଷ୍ମୀ ନାରାୟଣ ମହନକୁଡ଼ ,ନଗର ସମ୍ପାଦକ ସାଇ ପାଣିଗ୍ରାହୀ ଓ ବରିଷ୍ଠ କାର୍ଯ୍ୟକର୍ତା ବି ସତୀଶ କୁମାର ପରିଚାଳନା କରିଥିଲେ ।


