ସାମ୍ବାଦିକଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ, ଥାନାରେ ଅଭିଯୋଗ।

64
ଗଣମାଧ୍ୟମ ପ୍ରତିନିଧି, ଗୁଲସନ୍ କୁମାର କର
 ଗଣମାଧ୍ୟମ ପ୍ରତିନିଧି, ଗୁଲସନ୍ କୁମାର କର

ବ୍ରହ୍ମପୁର,୪।୧୨:(ଳକ୍ଷ୍ମୀ ନାରାୟଣ ମିଶ୍ର : ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ତେଣୁ ସାମ୍ବାଦିକ ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଦାୟିତ୍ୱବାନ,ନିରପେକ୍ଷ ତଥା ନିଷ୍ଠାପର ଭାବେ କାର୍ଯ୍ୟ କରି ଜଣେ ସାମ୍ବାଦିକ କିଭଳି ବିପଦର ସମ୍ମୁଖୀନ ହେଉଛି ଏବଂ ଏଥିପାଇଁ ଆମ ବ୍ୟବସ୍ଥା କିଭଳି ପରିଚାଳିତ ହେଉଛି ତାହା କାହାକୁ ଅଛପା ହୋଇ ରହିନି। ଠିକ ସେଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର କୋଦଳା ଏରିଆରେ।’ନିର୍ଭୟ ସ୍ୱର’ ନ୍ୟୁଜ ପେପରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଗୁଲସନ୍ କୁମାର କରଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ଧମକ ଦେଇଛନ୍ତି। ଏ ସଂକ୍ରାନ୍ତରେ ଗୁଲସନ୍ ସୋମବାର କୋଦଳା ଥାନାରେ ସମସ୍ତ ପ୍ରମାଣ ସହ ଏତଲା ଦେଇଛନ୍ତି।ଏତଲା ଆଧାରରେ କେସ୍ ନଂ- ୩୫୫/୨୦୧୯ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ବ୍ୟକ୍ତି ରବିବାର ଦିନ ୯୦୯୦୫୧୯୧୪୨ ମୋବାଇଲ ନମ୍ବରରୁ କଲ୍ କରି ହତ୍ଯା ଧମକ ଦେବା ସହ ତାଙ୍କୁ ଅତି କଦର୍ଯ୍ୟ ଓ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଛି,ତତ୍ ସହିତ ତୋର ସାମ୍ବାଦିକ ଗିରି ଛଡେଇଦେବି,ତୁ ଯାହା କରୁଛୁ କିଛି ଠିକ କରୁନୁ ବୋଲି କହିଥିବା ଅଡିଓ ରେକର୍ଡରେ ସ୍ପଷ୍ଟ ଜଣାପଡୁଛି। ଏ କଥାକୁ କୋଦଳା ସାମ୍ବାଦିକ ସଙ୍ଘ ସହ ବୁଦ୍ଧିଜୀବୀ ମାନେ ମଧ୍ୟ ଦୃଢ ନିନ୍ଦା କରିଛନ୍ତି।ତେଣୁ ଦୋଷୀକୁ ଚିନ୍ହଟ କରି ଶୀଘ୍ର ଗିରଫ କରିବା ସହ ପୋଲିସ ତରଫରୁ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଜିଲ୍ଲାର ସାମ୍ବାଦିକ ମାନେ ଦାବି କରିଛନ୍ତି।