Sunday, October 11, 2026
Home ଆଞ୍ଚଳିକ ଷଣ୍ଢମୂଳ ଏବଂ ଅଙ୍ଗାରଗାଁ ରେ ଧାନମଣ୍ଡି ଉଦଘାଟନ ।

ଷଣ୍ଢମୂଳ ଏବଂ ଅଙ୍ଗାରଗାଁ ରେ ଧାନମଣ୍ଡି ଉଦଘାଟନ ।

62

ବେଗୁନିଆପଡା, ୧୨/୦୧/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଏବଂ ଅଙ୍ଗାରଗାଁ ସ୍ଥିତ ସେବା ସମବାୟ ସମିତି ରେ ମଙ୍ଗଳବାର ଦିନ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଏ ଆର୍ ସି ଏସ୍ (ARCS) ଛତ୍ରପୁର ଶ୍ରୀ ସୁକାନ୍ତ କୁମାର ପାଢ଼ୀ, ଏସ୍ ଏ ଆର୍ ସି ଏସ୍ (SARCS) ଛତ୍ରପୁର ଶ୍ରୀ ଜୀବନ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ

ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ଶ୍ରୀ ଭ୍ରମରବର ଭୂୟାଁ, ଚାଷୀ କମିଟି ସଦସ୍ୟ ରବି ନାରାୟଣ ପଣ୍ଡା, ମୁକୁନ୍ଦ ମାଧବ ସ୍ଵାଇଁ, ରଙ୍କନାଥ ସ୍ୱାଇଁ, ଦେବରାଜ ଭୂୟାଁ, ସରୋଜ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଜଗନ୍ନାଥ ସ୍ଵାଇଁ ସମେତ ଅନ୍ୟମାନେ ଯୋଗ ଦେଇ ଧାନ ମଣ୍ଡିର ଶୁଭ ଉଦଘାଟନ କରିଥିଲେ ।

ଷଣ୍ଢମୂଳ ସେବା ସମବାୟ ସମିତି ସମ୍ପାଦକ ବୁଲା ଡାକୁଆ, ଅଙ୍ଗାରଗାଁ ସେବା ସମବାୟ ସମିତି ସମ୍ପାଦକ ବସନ୍ତ କୁମାର ଭୂୟାଁ ସମେତ ବହୁ ସମ୍ପାଦକ, କର୍ମଚାରୀ, ମିଲର ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ ।