Home ଆଞ୍ଚଳିକ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ।

67

ନବରଙ୍ଗପୁର , ୧୨/୦୧/୨୨ (ଜିଲ୍ଲା ଖବର ) : କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦିନିକିଆ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ରେ ଆସି ଡାବୁଗାଁ ବ୍ଲକ ଅନ୍ତର୍ଗତ ବରି ଗ୍ରାମ ର କ୍ରୁପା ପଡିଆ ଠାରେ ଏକଲବ୍ୟ ସ୍କୁଲ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଶିକ୍ଷା ମଣିଷ ଜୀବନ ର ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ଆଦିବାସୀ ଲୋକଙ୍କ ଜୀବନ ଧାରଣମାନରେ ବୃଦ୍ଧି କରିବା ସହିତ ପ୍ରତ୍ୟେକ ଆଦିବାସୀ ଶିଶୁ ଶିକ୍ଷା ଗ୍ରହଣ ରୁ ଯେଭଳି ବଞ୍ଚିତ ନ ହୁଏ ସେଥିନିମନ୍ତେ କେନ୍ଦ୍ର ସରକାର ଯତ୍ନବାନ ଥିବା କହିଛନ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ଏହାସହ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳ ତ୍ୟାଗ କରି ୩୦୦ରୁ ଅଧିକ ବିଭିନ୍ନ ଦଳର କର୍ମୀ ବିଜେପି ରେ ସାମିଲ ହୋଇଥିଲେ ।

ଏମାନଙ୍କ ବିଜେପି ରେ ସାମିଲ ହେବା ଦ୍ୱାରା ବିଜେପି ଅଧିକ ସୁଦୃଢ଼ ହେବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳ ଅଧିକ ସୁଦୃଢ ହୋଇ ଲଢ଼ି ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ର ଅନେକ ନେତା ଯୋଗ ଦେଇଥିଲେ ।