Home ଅପରାଧ ଗଜପତିରୁ ବିହାରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ପୋଲିସର ବଡ଼ ସଫଳତା ।

ଗଜପତିରୁ ବିହାରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ପୋଲିସର ବଡ଼ ସଫଳତା ।

98

ଗଜପତି , ୧୨/୦୧/୨୨ (ଜିଲ୍ଲା ଖବର ) : ଗଜପତି ଜିଲ୍ଲାରୁ ବିହାର ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେ଼ପୁଟି କମିଶନର ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦେଶକ୍ରମରେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଦଳ ରାତ୍ର ସମୟରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଦିଗପହଣ୍ଡି ଠାରୁ ଫାଷ୍ଟଗେଟ ଛକ ନିକଟ ଛକି ରହିଥିଲା ।

ଗଞ୍ଜେଇ ମାଫିଆ ମାନେ ଗଜପତି ଜିଲ୍ଲାରୁ UP – ୧୪ CT ୩୫୯୫। ଟ୍ରକ ଯୋଗେ ଗଞ୍ଜେଇ ଧରି ବିହାର ଆଭିମୁଖେ ଯିବା ସମୟ ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଅବକାରୀ ଛପି ଥିବା ଡ୍ରାଇଭର ଜାଣିପାରିଥିଲା । ଯାହା ଫଳରେ ଉକ୍ତ ସ୍ଥାନରେ ଟ୍ରକ ରଖି ଡ୍ରାଇଭର ଓ ହେଲ୍ପର ଚମ୍ପଟ ମାରିଥିଲେ । ଟ୍ରକ ନିକଟକୁ ଅବକାରୀ ବିଭାଗ ଗଲାବେଳେ କେବଳ ଟ୍ରକ ରହିଛି ଡ୍ରାଇଭର ଫେରାର ରହିଛି।ଟ୍ରକ ଭିତରେ ଦେଖିଲା ବେଳକୁ ସିକ୍ରେଟ ଚାମ୍ବରରୁ ୫୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଟ୍ରକର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ହୋଇଥିଲା ଚୋରାଚାଲାଣ। ଟ୍ରକରୁ ତିନି ତିନୋଟି ନମ୍ବର ପ୍ଲେଟ ମଧ୍ୟ ଜବତ କରିବା ସହ ଏକ ମାମଲା ରୁଜୁ କରି ଫେରାର ଥିବା ଡ୍ରାଇଭର ଏବଂ ଟ୍ରକ ମାଲିକଙ୍କ ନିକଟରେ ପହଁଚିବାକୁ ତଦନ୍ତ ଆରମ୍ଭ କରି ବ୍ରହ୍ମପୁର ଅବକାରୀ ଗୁଇନ୍ଦା । ଗତ ଦୁଇଦିନ ତଳେ ଗଞ୍ଜାମରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଗଞ୍ଜେଇ ମାଫିଆଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରି ସେମାନଙ୍କ ଠାରୁ ମୋଟ ୩୧୫ କେଜି ଗଞ୍ଜେଇ ଜବତ କରିଥିଲା ।