
ଗଞ୍ଜାମ, ୧୦/୦୧/୨୨ (ଜିଲ୍ଲା ଖବର ) : ୩୧୫ କିଲୋ ଗଞ୍ଜେଇ ଜବତ । ଗଞ୍ଜାମ କୋଦଳା ଧନଞ୍ଜୟପୁର ଅଞ୍ଚଳରୁ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଚଢାଉ କରିଥିଲା । ଘଟଣାସ୍ଥଳରୁ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଧନଞ୍ଜୟପୁର ଗ୍ରାମରେ ଚଢ଼ାଉ କରି ଜବତ ହୋଇଛି ମୋଟ ୩୧୫ କିଲୋ ଗଞ୍ଜେଇ ।
ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଧନଞ୍ଜୟପୁରର ରବିନ୍ଦ୍ର ନାହାକ ଙ୍କ ଘରୁ ଗଞ୍ଜେଇ ସହ ପ୍ରେସମେସିନ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଦୁଇଜଣ ହେଲେ ରବୀନ୍ଦ୍ର ନାହାକ ଓ ପ୍ରଶାନ୍ତ ପ୍ରଧାନ । ଏମାନେ ଦୀର୍ଘବର୍ଷ ହେଲା ଗଞ୍ଜେଇ ବେପାର କରୁଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ।



