
ରାୟଗଡା, ୧୦/୦୧/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ଫୋରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ସଭାଗୃହ ପରିସରରେ ଜଙ୍ଗଲରେ ନିଆକୁ ଆୟତ୍ତ ପାଇଁ ଯନ୍ତପତି ଦ୍ୱାରା କିପରି ଆୟତ୍ତ କରାଯାଇପାରିବ ସେନେଇ ତାଲିମ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

ମୁନିଗୁଡା ରେଞ୍ଜର ପ୍ରସନ୍ନ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡା ସମ୍ମାନିତ ଅତିଥିଭାବେ ଏସିସିଏଫ ନିତ୍ୟ ନନ୍ଦ ନାୟକ,ଅଶୋକ କୁମାର ପ୍ରଧାନ,ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁ,ବିଡ଼ିଓ ଦିଲ୍ଲୀପ କୁମାର ବେହେରା, ତହସିଲଦାର ଦେବାଶିଷ ଗୌଡ଼,ଗୁଣୁପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି,ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରମୁଖ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ଜଙ୍ଗଲରେ ନିଆକୁ କିପରୀ ଆୟତ୍ତ କରାଯାଇ ପାରିବ ସେନେଇ ଉପସ୍ଥିତ ସମସ୍ତ ଫୋରେଷ୍ଟର,ଫୋରେଷ୍ଟ ଗାର୍ଡ,ବନ ସରକ୍ଷଣ ସମିତିର ସଦସ୍ୟ,ସମସ୍ତ ସରପଞ୍ଚ ମାନଙ୍କୁ ସଚେତନତା କରିବା ସହ ତାଲିମ ଦିଆଯାଇଥିଲା l

ଯଦି କେହି ମଧ୍ୟ ଜଙ୍ଗଲରେ ନିଆ ଲଗାଇଥିବା ଜଣା ପଡିବ ତେବେ ସେମାନଙ୍କ ନାମରେ କେଶ କରି ତିନି ବର୍ଷ ଜେଲ କିମ୍ଭା ସାତ ହଜାର ଟଙ୍କାର ଜରିମାନା ଦଣ୍ଡ ଥିବା କହିଥିଲେ l ଜଙ୍ଗଲ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା ଆମ ସମସ୍ତଙ୍କ ଦାୟିତ୍ୱ ଜଙ୍ଗଲ ବଞ୍ଚାଇବା ଓ ଗଛ ଲଗାଇବା ବୋଲି ଆହ୍ୱାନ ଦେଇଥିଲେ l ଏହି ଅବସରରେ ବନ ସରକ୍ଷଣ ଓ ବୃକ୍ଷ ରୋପଣ ସହ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ବିଭାଗର ଫୋରେଷ୍ଟର ଓ ଫୋରେଷ୍ଟ ଗାର୍ଡ ମାନଙ୍କୁ ବିଭାଗ ତରଫରୁ ମାନପତ୍ର ସହ ଆର୍ଥିକ ପୁରସ୍କାରରେ ପୁରସ୍କୃତ କିରାଯାଇଥିଲା l ଉକ୍ତ ଶିବିରକୁ ମୁନିଗୁଡା ଫୋରେଷ୍ଟର ପ୍ରମୋଦିନୀ ମଣ୍ଡାଙ୍ଗୀ,ଡମ୍ବରୁଧର ସେନାପତି,ଟିମ ଲିଡର ବିଘ୍ନରାଜ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ l


