
ଯାଜପୁର , ୦୯/୦୧/୨୨ (ଜିଲ୍ଲା ଖବର ): କୋରାନର ତୃତୀୟ ଲହର ଓମିକ୍ରୋନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛିl ଯାହାକି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ଯ ଚିନ୍ତାର କାରଣ ପାଲଟିଛି l ଏଣୁ ଏଭଳି ଏକ ପରିସ୍ଥିରେ ମାସ୍କ ବାଣ୍ଟି ସଚେତନ କଲେ ଫାଣ୍ଡି ଅଧିକାରୀ l

ଏମିତି ଏକ ସଚେତନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କୋତପୁର୍ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ବେହୁରା, ଫାଣ୍ଡି ଅଧୀନ ପାଟପୁର ପଞ୍ଚାୟତର ଚଣ୍ଡିଛକ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ପାଟପୁର ପଞ୍ଚାୟତର ସରପଞ୍ଚ ନଗେନ୍ ଦାସ, ସମିତିସଭ୍ୟ ସୁବ୍ରତ ଧଳ ଯୁବ ସାମାଜସେବି ପ୍ରଶାନ୍ତ କୁମାର ପୃଷ୍ଟି, ପଞ୍ଚାୟତ ସଭାପତି ଅକ୍ଷୟ ସାହୁ, ଯୁବ ସାମ୍ବାଦିକ ରଞ୍ଜନ କୁମାର ଓଝା ଙ୍କ ସମେତ ଫାଣ୍ଡି କର୍ମଚାରୀ ମାନେ ଯୋଗ ଦେଇଥିଲେl ଓମିକ୍ରନରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାସ୍କ ବ୍ୟବହାର କରିବାକୁ ଆହ୍ଵାନ ଦେଇଥିଲେ l ଫାଣ୍ଡି ଅଧିକାରୀ, ରାସ୍ତାରେ ଆସୁଥିବା କିଛି ବାଇକ ଆରୋହୀ, ବରିଷ୍ଠ ନାଗରିକ ଓ ଦୋକାନ ଭାଇ ମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ ବଜାର ପରିକ୍ରମା କରି ଅଧିକ ସଚେତନ କରାଇଥିଲେ l

ଫାଣ୍ଡି ଅଧିକାରୀଙ୍କ ଏଭଳି ନିଆରା ପ୍ରୟାସକୁ ସ୍ତାନୀୟ ବାସୀ ଖୁବ୍ ପ୍ରସଂଶା କରିଥିଲେ l
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



