Home ଆଞ୍ଚଳିକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକ ରକ୍ତଦାନ ଶିବିରର ଶୁଭ ଉଦ୍ଘାଟନ...

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକ ରକ୍ତଦାନ ଶିବିରର ଶୁଭ ଉଦ୍ଘାଟନ କଲେ ବିଧାୟିକା ।

82


ଗଞ୍ଜାମ,୦୮/୦୧/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବାସହ ରକ୍ତଦାନ ଶିବିରର ଶୁଭ ଉଦ୍ଘାଟନ କଲେ ବିଧାୟିକା ଲତିକା ପ୍ରଧାନ ।


ଆଜି ସକାଳ ୧୦ ଘଣ୍ଟିକା ସମୟରେ ବିଧାୟିକା ବେଗୁନିଆପଡା ବ୍ଲକର ମିରିକିଲେଣ୍ଡି ଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ ମାନଙ୍କୁ ଘର ମରାମତି ସକାଶେ ୩୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ ।

ପରେ କୋଦଳା ଲଷ୍ମୀନାରାୟଣ ମହାବିଦ୍ୟାଳୟରେ ପହଞ୍ଚି ୧୫ ଲକ୍ଷ ଟଙ୍କାର ଏକ ନୂତନ କୋଠା ନିର୍ମିତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ପରେ ଉକ୍ତ କଲେଜରେ ଏକ ରକ୍ତଦାନ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ କଲେଜ ଅଧକ୍ଷ ରଘୁନାଥ ମୁଦୁଲି, ଅଧ୍ୟାପକ ସାଗରଚାନ୍ଦ ପାତ୍ର, ରଞ୍ଜୁବାଳା ନନ୍ଦ, ବିଷ୍ଣୁ ଚରଣ ସେଠି, ବିନୋଦ କୁମାର ମିଶ୍ର ଙ୍କ ସମେତ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।