
ବ୍ରହ୍ମପୁର, ୦୮/୦୧/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ନାତକୋଭର ବିଭାଗ ପକ୍ଷରୁ ପିଜି କାଉନସେଲିଂ ପରିସର ବୈଠକ ହଲଠାରେ ସାତ ଦିନିଆ ଶୀତ ଶିବିର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯୋଗଦାନ କରି ନିଶା ଠାରୁ ଦୂରେଇ ରହିବାକୁ ଦେଲେ ସାଧାରଣ ଲୋକଙ୍କ ନିକଟବର୍ତ୍ତୀ ହେବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଗଞ୍ଜାମ । ସର୍କଲ ଡ୍ରଗ କଣ୍ଟ୍ରୋଲ ର ଦେବାଶିଷ କାଲୋ ଯୋଗଦାନ କରି ମୁକ୍ତ ଭାବେ ନିଶା ସେବନ କରୁଥିବା ବ୍ୟକ୍ତି ବିଶେଷ ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଦଣ୍ଡ ବିଧାନ କରାଯାଇ ପାରିବବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏଭଳି ସଂସ୍କାର ମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଜାତୀୟ ସେବା ଯୋଜନା ର ପୂର୍ବତନ ସଂଯୋଜକ ପ୍ରଫେସର ପ୍ରସନ କୁମାର ସ୍ୱାଇଁ , ଡ.ସଦାନନ୍ଦ ନାୟକ ବର୍ତ୍ତମାନର ସଂଯୋଜକ ଡ. ଧ୍ରୁବ ଚରଣ ପଣ୍ଡା ସ୍ୱଛ ସେବୀ ମାନଙ୍କୁ ଏନ୍ ଏସ୍ ଏସ୍ ର ବାର୍ତ୍ତା ପ୍ରଦାନ କରିଥିଲେ । ଏନ୍ ଏସ୍ ଏସ୍ ଅଧିକାରୀ ଡ. ସମୀର ଭୋଇ ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରିଣୀ ଡ. ଇତିଶ୍ରୀ ଗୀତା କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେରଗଡ଼ ଶକ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟାରେ ଭଞ୍ଜ ମଣ୍ଡପ ଠାରେ ଏନ୍ ଏସ୍ ଏସ୍ ସ୍ୱଛ ସେବା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।


