Sunday, October 11, 2026
Home ଅପରାଧ ମେଣ୍ଟ୍ରି ଠାରୁ 200ମିଟର ଦୂରରେ ଏକ ମାରୁତି କାର ଦୁର୍ଘଟଣା ।

ମେଣ୍ଟ୍ରି ଠାରୁ 200ମିଟର ଦୂରରେ ଏକ ମାରୁତି କାର ଦୁର୍ଘଟଣା ।

56

ନବରଙ୍ଗପୁର,୦୭/୦୧/୨୨ (ଜିଲ୍ଲା ଖବର ) : ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ମେଣ୍ଟ୍ରି ଠାରୁ 200 ମିଟର ଦୂରରେ ଆଜି ସକାଳ ପ୍ରାୟ 11 ଘଣ୍ଟା ସମୟରେ ଏକ ମାରୁତି କାର ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଥିଲା । ସେଥିରେ ଦୁଇ ଜଣ ବସିଥିବାବେଳେ କେହି ମୃତାହତ ହୋଇନ ଥିବା ସୂଚନା ମିଳିଛି l ଇନ୍ଦ୍ରାବତୀ ପଟରୁ ନବରଙ୍ଗପୁର ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟେକ ଦର୍ଶୀ ମାନେ ମତ ଦେଇଛନ୍ତି । ଗାଡି ଟି ଦ୍ରୁତ ଗତି ରେ ଆସୁଥିବାରୁ ଭାର ସାମ୍ୟ ହରାଇ ଜମି ଭିତରକୁ ଚାଲି ଯାଇଥିଲା ବୋଲି ସୂଚନା ମିଳିଛି ।

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ