ସର୍ବ ସାଧାରଣରେ ହଟହଟା ହେଲେ ଅନୁଗୁଳ ବିଧାୟକ

70

ଅନୁଗୁଳ, ୦୭/୦୧/୨୨ (ଜିଲ୍ଲା ଖବର ) :  ସର୍ବ ସାଧାରଣରେ ହଟହଟା ହେଲେ ଅନୁଗୁଳ ବିଧାୟକ । ଖାଲି ସେତିକି ନୁହେଁ, ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଶେଷରେ କୌଣସି ପ୍ରକାରେ ମଞ୍ଚ ଛାଡି ପଳାଇବା ଭଳି ରୋଚକ ଘଟଣା ଘଟିଛି ଅନୁଗୁଳରେ । 

ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ବେନ୍ତପୁର ସ୍କୁଲରେ 5T ଯୋଜନା କ୍ରମରେ ଭୂମି ପୂଜନ ପାଇଁ ପାଟ ପଟୁଆର ନେଇ ପହଞ୍ଚିଥିଲେ ଅନୁଗୁଳ ବିଧାୟକ ରଜନୀ କାନ୍ତ ସିଂ । ଭୂମି ପୂଜନ ପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ବିଧାୟକଙ୍କୁ ଘେରି ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ ।

ବିଶେଷ ଭାବେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଉକ୍ତ ଗ୍ରାମର ଭେରୀ ଗୁଠା ସାହି ର ପ୍ରାୟ ଦେଢ଼ କିଲୋମିଟର ରାସ୍ତା କେବେ ହେବ ବୋଲି ପ୍ରଶ୍ନ କରିଥିଲେ ।