
ଭୁବନେଶ୍ୱର, ୦୭/୦୧/୨୨ (ଜିଲ୍ଲା ଖବର ) : ବଢୁଛି ସଂକ୍ରମଣ। ଏନେଇ ସଜାଗ ପ୍ରଶାସନ। ଆଜିଠୁ ଭୁବନେଶ୍ବର ଏୟାରପୋର୍ଟରେ ଆରମ୍ଭ ହୋଇଛି ଆରଟିପିସିଆର୍ ଟେଷ୍ଟ । ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ଟେଷ୍ଟିଂ ବାଧ୍ୟତାମୂଳକ ।
ଏଥିପାଇଁ ଏୟାରପୋର୍ଟରେ ୪ଟି କାଉଣ୍ଟର କରାଯାଇଛି । ଯେଉଁମାନେ ପଜିଟିଭ ଆସିବେ ସେମାନଙ୍କୁ ସଙ୍ଘରୋଧରେ ରଖାଯିବ । ପଜିଟିଭ ବ୍ୟକ୍ତିଙ୍କୁ ଫୋନ୍ ମାଧ୍ୟମରେ ଅଧିକାରୀ ଏ ବିଷୟରେ ଅବଗତ କରାଇବେ ।



