Wednesday, November 11, 2026
Home ଆଞ୍ଚଳିକ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ।

ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ।

85


ଗୁଣୁପୁର , ୦୬/୦୧/୨୨ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଗୁଣପୁର ମହାବିଦ୍ୟାଳୟରେ ଏକ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବାମଦେବ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ.ପି.ଓ, ଗୁଣୁପୁର ଶ୍ରୀଯୁକ୍ତ ଦେବାଶିଷ ମହାନ୍ତି ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କର ବୃତ୍ତିଗତ ଜୀବନ ଗଠନ ନିମନ୍ତେ ଆବଶ୍ୟକୀୟ ଅଧ୍ୟବସାୟ, ପରିଶ୍ରମ ତଥା ଲକ୍ଷ୍ୟ ଭେଦର ଉପଯୁକ୍ତ ମାର୍ଗ ନିର୍ଦ୍ଦେଶ କରିଥିଲେ |

ମୁଖ୍ୟ ବକ୍ତା ରୂପେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଲ୍ଲିକ୍ ଆଇ. ପି. ଓ, ରାୟଗଡ଼ା ଯୋଗଦେଇ ସଫଳ ଉଦ୍ୟଗୀ ପାଇଁ ଆବଶ୍ୟକ ଉପାଦାନ ବିଷୟରେ ସୂଚନା ପ୍ରଦାନ କରିଥିଲେ | ସଂଯୋଜକ ଅଧ୍ୟାପକ ଡଃ. ସୂର୍ଯ୍ୟନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ | ଅଧ୍ୟାପିକା ଦେବିଶ୍ରୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ | ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି, ଜଗନ୍ନାଥ ଦୀପ୍ ଓ ସତ୍ୟବାନ ଗରଡ଼ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ | ବିଶ୍ଵବ୍ୟାଙ୍କ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶ୍ରୀକାନ୍ତ, ନିଖିଲ,ଆଦିତ୍ୟ,ସୁଭାଷିସ,ଦୀପିକା, ଶିରିଶା, ଦୀପ୍ତି ଓ ଅନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ |

ରେପୋର୍ଟ ଗୁଣୁପୁର ରୁ ରାମନାଥ ମହାନ୍ତି