Home ଆଞ୍ଚଳିକ ଘରେ ପଶି ହାଣିଲେ ଦୁର୍ବୃତ୍ତ

ଘରେ ପଶି ହାଣିଲେ ଦୁର୍ବୃତ୍ତ

48

ଭୁବନେଶ୍ବର,୦୬/୦୧/୨୨ (ଜିଲ୍ଲା ଖବର ) :  ଭୁବନେଶ୍ବର ଭରତପୁରରେ ଘରେ ପଶି ହାଣିଲେ ଦୁର୍ବୃତ୍ତ । ଏହି ଅଭାବନୀୟ ଘଟଣା ଘଟିଛି ତେଲୁଗୁ ସାହିରେ । 3 ଜଣ ଦୁର୍ବୃତ୍ତ ଆସିଲେ, ପୁରା ପରିବାରକୁ ହାଣି ପକାଇଲେ । ଏହି ଆକ୍ରମଣରେ 2 ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି ।

ମା ସାବିତ୍ରୀ ସାହୁ, ଝିଅ ହରପ୍ରିୟା ନାୟକଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ, ଆକ୍ରମଣ କରିଥିବା 3 ଦୁର୍ବୃତ୍ତ ହେଲେ ରବୀନ୍ଦ୍ର ପରିଡା,ଗୌର ପରିଡା ଚୌର ପରିଡା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛି ।