
ଭୁବନେଶ୍ୱର ,୦୬/୦୧/୨୨ (ଜିଲ୍ଲା ଖବର ) : ଲଗାତାର 4ଦିନ ଧରି ଶୀତ ଲହରୀ ଜାରି ରହିଛି। ଏଥି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଆଗାମୀ 24ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ କୁହୁଡିର ପ୍ରଭାବ ବଢିବ। ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାୟଗଡା, କନ୍ଧମାଳ, କୋରାପୁଟ, ଗଜପତି ଏବଂ ମାଳକାନଗିରି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରଯାଇଛି। ବର୍ତ୍ତମାନ ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ଜାରି ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 8.6 ଡିଗ୍ରୀ ରେର୍କଡ କରାଯାଇଛି ।
ସେହିପରି ଜି. ଉଦୟଗିରିରେ 8.8ଡିଗ୍ରି, ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 9ଡିଗ୍ରୀ ରେର୍କଡ କରାଯାଇଛି। ତେବେ ଆହୁରି ଦୁଇଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ଜାନୁଆରୀ 8ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



