
୦୫/୦୧/୨୨ (ଜିଲ୍ଲା ଖବର ) : ଆଜିଠୁ ରାଜ୍ୟରେ ଦଶମ ଶ୍ରେଣୀ ପିଲାଙ୍କ ସମ୍ମେଟିଭ ଆସେସମେଣ୍ଟ-1 ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟରେ କେବଳ ସକ୍ଷିପ୍ତ ପ୍ରଶ୍ନ ରହିବ। ଏଥିପାଇଁ ରାଜ୍ୟରେ ମୋଟ 3093ଟି କେନ୍ଦ୍ର ହୋଇଥିବା ବେଳେ ମୋଟ 5ଲକ୍ଷ 71ହଜାର 935 ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି ।
ପୂର୍ବାହ୍ନ 10ଟାରୁ 11ଟା ଯାଏ 1ଘଣ୍ଟା ଏହି ପରୀକ୍ଷା ହେବ। ଏହି ସମୟରେ ଛାତ୍ରଛାତ୍ରୀ ମାନେ କେବଳ ଓଏମଆର ସିଟରେ ଉତ୍ତର ଦେବେ। ପରେ ଦିନ 12ଟାରୁ 2ସିପ୍ଟିଂରେ ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ସମ୍ମେଟିଭ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଗଣିତ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଶ୍ନପତ୍ର ଗଛିତ କରିବାକୁ ରାଜ୍ୟରେ 311ଟି ନୋଡାଲ କେନ୍ଦ୍ର କରାଯାଇଥିବା ସୂଚନା ମିଳିଛି ।



