Sunday, October 11, 2026
Home ଅପରାଧ ଗୁଟଖା କାରଖାନା ଅଗ୍ନିକାଣ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି |

ଗୁଟଖା କାରଖାନା ଅଗ୍ନିକାଣ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି |

86

ସମ୍ବଲପୁର, ୦୫/୦୧/୨୨ (ଜିଲ୍ଲା ଖବର ) : ସମ୍ବଲପୁର ପରଧିଆପାଲି ଗୁଟଖା କାରଖାନା ଅଗ୍ନିକାଣ୍ତ ଘଟଣା। ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ପାଇଛି। ମୃତ ଶ୍ରମିକ ଜୟଚାନ୍ଦ ସିଂ । ସେ ଗୁଟଖା କାରଖନାରେ ଅପରେଟର ଭାଵରେ କାମ କରୁଥିଲେ ।

ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ  ଜୟଚାନ୍ଦଙ୍କ ମୃତ୍ୟ ହୋଇଛି । ପୁର୍ଵରୁ ରାମରାଜ, ନରେନ୍ଦ୍ର କୁମାର, ଅମନ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। ତେବେ ଏତେ ସବୁ ପରେ ବି ବର୍ତ୍ତମାନ ସୁଦ୍ଧା କାରଖାନା ମାଲିକଙ୍କ ନାଁରେ ନା ଦଫା 302 ଲାଗିନାହିଁ କି ତାଙ୍କୁ ଗିରଫ କରାଯାଉନାହିଁ, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।