Sunday, November 15, 2026
Home ଆଞ୍ଚଳିକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସହ ସ୍ୱାସ୍ଥ୍ୟ ସେବାର ଏକ ଶିବିର।

ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସହ ସ୍ୱାସ୍ଥ୍ୟ ସେବାର ଏକ ଶିବିର।

124

ଶେରଗଡ଼,୦୪/୦୧/୨୨ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ଅଳିଆ ସମାଜ କୋଠ ଘର ଠାରେ ଯୁବ ସମାଜ ସେବି ରାଜେନ୍ଦ୍ର ସ୍ୱାଇଁଙ୍କ ଉଦ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସହ ସ୍ୱାସ୍ଥ୍ୟ ସେବାର ଏକ ଶିବିର ଅନୁଷ୍ଠିତ ହୋଇଥିଲା l

ପରୀକ୍ଷା ଓ ଚିକିତ୍ସା ପରେ ରୋଗୀ ମାନଙ୍କୁ ମାଗଣା ଔଷଧ ପ୍ରଦାନର ବ୍ୟବସ୍ଥା ମଧ୍ୟ୍ୟ ହୋଇଥିଲା l ଏହି ଶିବିରରେ ଶେରଗଡ଼ ଗୋଷ୍ଟୀଉନ୍ନୟନ ଆଦିକାରୀ ଶମ୍ଭୁନାଥ ନନ୍ଦୀ ମୁଖ୍ୟ ଅତିଥିଭାବେ ଯୋଗ ଦାନ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶିବିରର ଶୁଭ ଉଦଘାଟନ କରିଥିଲେ l

ସନ୍ମlନିତ ଅତିଥି ରୂପେ ଶିବନାରାୟଣ ଖଣ୍ଡୁଆଳ, ସିମାଞ୍ଚଳ ଖଣ୍ଡୁଆଳ,ହରି ପ୍ରଧାନ, କୃଷ୍ଣ ସ୍ୱାଇଁ, ବୃନ୍ଦାବନ ମହାନ୍ତି, ଅରୁଣ ପ୍ରଧାନ, କାଶୀ ବିଶ୍ୱାଳ, ମହେଶ୍ୱର ବିଶ୍ୱାଳ, କାଳୁ ଚରଣ ସିଅ, ମିଟୁ ପ୍ରଧାନ, କାନ୍ହୁ ପ୍ରଧାନ, କାଳିଆ ବେହେରା ଓ ଗୋଠଗାଁ ଯୁବ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ l

ରୁବି ଚକ୍ଷୁ ହସ୍ପିଟାଲର କର୍ମଚାରୀ ମାନଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ସହ ଡ଼. ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା l


ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ