ଆସିକା ,୦୪/୦୧/୨୨ (ଜିଲ୍ଲା ଖବର ) : କଟକ ମାହାଙ୍ଗାରୁ ଆସି ଗଞ୍ଜାମ ଆସିକା ଦେବଭୂମି ପଂଚାୟତରେ ପହଂଚିଛନ୍ତି ସ୍ବେଛାସେବୀ ଦେବବ୍ରତ ଷଢଙ୍ଗୀ । ଅଶ୍ୱିନୀ ନାମକ ବାରବର୍ଷର ବାଳକ କରି ଅଶ୍ୱିନୀକୁ ବାରଘଣ୍ଟା ଭିତରେ ଚିକିତ୍ସା ନ ଯୋଗାଇଲେ,ନବୀନ ନିବାସ ଆଗରେ ନେଇ ବସିବୁ ।

ଜିଲ୍ଲାପାଳ ଓ ସିଡିଏମଓ ଏଠାକୁ ଆସି ଦେଖନ୍ତୁ କେମିତି ଦୟନୀୟ ଅବସ୍ଥାରେ ଯନ୍ତ୍ରଣାରେ ଜର୍ଜରିତ ହେଉଛି । ଚାରିଆଡେ ଧାଇଁଲେଣି ବାପାମାଆ । ଆସିକା ଦେବଭୂମିରୁ ଭୁବନେଶ୍ୱର କଟକ ଯାଇ ଯାଇ ଥକିଗଲିଣି ହେଲେ କୌଣସି ସୁଫଳ ମିଳିନି । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଅଭିଶପ୍ତ ଜୀବନ କାଟୁଛି ଅଶ୍ୱିନୀ ।
ମଳଦ୍ୱାରା ସମ୍ପୂର୍ଣ୍ଣ ରୂପରେ ପେଟ ବାହାରେ ଝୁଲି ରହିଛି । ଏଭଳି ଅସହ୍ୟ ଯନ୍ତ୍ରଣାକୁ ନେଇ ୩ ବର୍ଷ ଧରି ବଂଚିଛି ଅଶ୍ୱିନୀ । ତୁରନ୍ତ ଏହି ବାଳକର ଚିକିତ୍ସା କରାଯାଉ ନଚେତ ଅଶ୍ୱିନୀକୁ ନେଇ ନବୀନ ନିବାସରେ ଧାରଣାରେ ବସିବେ ବୋଲି କହିଛନ୍ତି ଦେବବ୍ରତ ଷଢ଼ଙ୍ଗି ।






