
ଆସିକା , ୦୪/୦୧/୨୨ (ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସମର ଶିକ୍ଷାର୍ଥି ବାହିନୀର ମିଳିତ ସହଯୋଗରେ ଧରାକୋଟ ନିକଟସ୍ଥ ଅନାଥ ଆଶ୍ରମ ଛାତ୍ର ଛାତ୍ରୀ ମାନଙ୍କୁ ଖାଦ୍ୟ ତଥା ପୋଷାକ ବଣ୍ଟନ କରାଯାଇଥିଲା।

ଏଥିରେ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଏବଂ କଲେଜ ଏନ୍.ସି.ସି. ର ମେଜର ଡ. ଶଂକର ପ୍ରସାଦ ଅଧିକାରୀ ଏବଂ ଏନ୍.ସି.ସିର ୧୬ ଜଣ କେଡେଟଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇପାରିଥିଲା।

ଏଥିରେ ଏନ୍.ସି.ସି କେଡେଟ୍ ପବିତ୍ର, ଅରୂପ, ଆଦିତ୍ୟ, ଶିଶିର, ବଂଶୀ, ଶୁଭଜିତ୍, ଶୁଭ୍ରତ, ଜ୍ଞାନୀ, କପିଳାସ, ବାବୁ, କାଳୁ, ଶୁଭମ୍ ଏବଂ ଅନ୍ୟ କେଡେଟଙ୍କ ମିଳିତ ସହଯୋଗରେ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା।


