Wednesday, October 14, 2026
Home ଆଞ୍ଚଳିକ ପାଞ୍ଚ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇ ନାହିଁ ବିଜୁପଖା ଘର ହିତାଧିକାରୀ ସନ୍ତଶନ୍ତ ।

ପାଞ୍ଚ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇ ନାହିଁ ବିଜୁପଖା ଘର ହିତାଧିକାରୀ ସନ୍ତଶନ୍ତ ।

75

ନବରଙ୍ଗପୁର , ୦୪/୦୧/୨୨ (ଜିଲ୍ଲା ଖବର ) : ବିଜୁପକା ଘର ଥାଇ ମଧ୍ୟ ନ ଥିଲା ପରି। ଭଙ୍ଗା ଘରେ ବିତାଉଛନ୍ତି ଅର୍ଜୁନ ଙ୍କ ପରିବାର ।ଏ ପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତରେ।

ଜଗନ୍ନାଥପୁର ଗ୍ରାମ ର ଘାସି ସାହୀ ରେ । ପାଞ୍ଚ ବର୍ଷ ପରେ ମଧ୍ୟ ବିଜୁ ପକ୍କାଘର ଗୃହ ନିର୍ମାଣ ହୋଇ ପାରୁନି ।

ଘର କରିବା ନିମନ୍ତେ ଅର୍ଜୁନ ଜଣେ ଠିକାଦାର ଙ୍କୁ କାମ ହସ୍ତାନ୍ତର କରିଥିଲେ।

କାମ କରୁଥିବା ଠିକାଦାର ଜଣକ ଅଧାରେ କାମ କରି ଛାଡ଼ିଦେଇ ଥିବା ବେଳେ ଘର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଦୁଇଟି ପର୍ଯ୍ୟାୟରେ ୨୦,୩୫ ହଜାର ଟଙ୍କା ମିଳିଛି । ଘର ସଂପୂର୍ଣ୍ଣ ହୋଇ ପାରୁ ନଥିବାରୁ ପରିବାର ଲୋକ ଏକ ଭଙ୍ଗା ଘରେ ରହୁଛନ୍ତି ସୂଚନା ଅନୁଯାୟୀ ୨୦୧୬-୧୭ ଆର୍ଥିକ ବର୍ଷରେ ଜଗନ୍ନାଥ ପୁର ଗ୍ରାମ ର ଘାସି ସାହୀ ରେ ରହୁଥିବା ଅର୍ଜୁନ ସେମିଳି ଙ୍କ ପତ୍ନୀ ସାବିତ୍ରୀ ସେମିଳି ଙ୍କ ନାରେ ବିଜୁ ପକା ଘର ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । ଜଣେ ଠିକାଦାର ଘର କାମ ଆରମ୍ଭ କରିଥିଲେ। କିନ୍ତୁ ଘର କାମ ଅଧାରେ ଛାଡ଼ି ଠିକାଦାର କୁଆଡେ ଛୁ ,ଅର୍ଜୁନ ସେମଳି ବ୍ଲକ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିବା ପରେ ଅବଶିଷ୍ଟ ୭୫ ହଜାର ଟଙ୍କା ପ୍ରଦାନ କଲେ ଗୃହ କାମ ସଂପୂର୍ଣ୍ଣ କରିବି ବୋଲି ଗୁହାରି କରିଥିଲେ । କିନ୍ତୁ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଅନ୍ୟ ପଟେ ନୂତନ ଘର ସମ୍ପୂର୍ଣ୍ଣ ହୋଇ ପାରୁ ନଥିବାରୁ ଅର୍ଜୁନ ଓ ସାବିତ୍ରୀ ପରିବାର ଲୋକ ଭଙ୍ଗା ଘରେ ରହନ୍ତି। ଅର୍ଜୁନ କୁଲି କରି ଘର ଚଳାଉଥିବା ବେଳେ ଘର ମରାମତି କରିବା ପାଇଁ ମଧ୍ୟ ଟଙ୍କା ନାହିଁ ।

ଘର ନିର୍ମାଣ ବାବଦ କୁ ମିଳିବାକୁ ଥିବା ଅବଶିଷ୍ଟ ଟଙ୍କା ସରକାର ନା ଠିକାଦାର ନିକଟରେ ଅଛି ସେ ନେଇ ମଧ୍ୟ ଏହି ପରିବାର ଜାଣିପାରୁ ନାହାନ୍ତି।

ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ଗୃହ ନିର୍ମାଣ କାର୍ଯ୍ୟ ର ତଦାରଖ କରାଯାଉଥିବା ବେଳେ ସାବିତ୍ରୀ ଙ୍କ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ବେଳେ ଏ ସଂପର୍କରେ ପ୍ରଶାସନିକ ଅଧିକାରୀ କିଭଳି ଜାଣି ପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି।

କାଳିମନ୍ଦିର ଠାରୁ ବେହେରା ସାହି ରାସ୍ତା ମଝିରେ କୃତିମ ପୋଖରି