ମଧ୍ୟରାତ୍ରରେ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

84

ବାଲେଶ୍ୱର, ୦୪/୦୧/୨୨ (ଜିଲ୍ଲା ଖବର ) :  ମଧ୍ୟରାତ୍ରରେ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ନୀଳଗିରି ଥାନା ଅଧିନ ଗୋପୀନାଥପୁର ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦୋକାନୀଟି ବାଇଧର ସିଂ ନାମକ ଜଣେ ବ୍ୟକ୍ତିଙ୍କର । ଏକ ଘୁମୁଟିରେ ସାଇକେଲ ମରାମତି ଦୋକାନ କରୁଥିବାବେଳେ ଅଗ୍ନିକାଣ୍ଡ ଘଟିବାରୁ ତାଙ୍କର ସମସ୍ତ ସାମଗ୍ରୀ ପୋଡିଯାଇଛି ।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କର ନିଜସ୍ୱ ଗ୍ରାମ ହୋଇଥିବାରୁ ସେ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଛନ୍ତି । କାହାରି ସହିତ ପୂର୍ବ ଶତ୍ରୁତା ନଥିବାବେଳେ ଏଭଳି ନିଆଁ ଲାଗିବାର କାରଣ କ’ଣ ଥାଇପାରେ ବୋଲି ଦୋକାନୀ ଜଣକ କହିଛନ୍ତି ।