ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତେରାଗୁଡା ଗ୍ରାମର ଉଦ୍ଧବ ଦିଗାଲଙ୍କ ପତ୍ନୀ ଉଲାସ ଦିଗାଲକୁପେଟ୍ରୋଲ ଢାଳି ପୋଡିମାରିବା ଘଟଣା ।

16

କନ୍ଧମାଳ ,୦୪/୦୧/୨୨ (ଜିଲ୍ଲା ଖବର ) : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତେରାଗୁଡା ଗ୍ରାମର ଉଦ୍ଧବ ଦିଗାଲଙ୍କ ପତ୍ନୀ ଉଲାସ ଦିଗାଲକୁପେଟ୍ରୋଲ ଢାଳି ପୋଡିମାରିବା ଘଟଣାର ମୁଖ୍ୟ ଆସାମୀ ପକନାଗାଁ ର କୁମାରୀ ସରସ୍ୱତୀ ଦିଗାଲକୁ ଗରିଫ କରି ବାକୁ ସଦରଥାନରେ ଗତ ଜାନୁଆରୀ ୨ ତାରିଖରେ ଏଫ ଆଇ ଆର କରିଛନ୍ତି ଉଦ୍ଧବ ଦିଗାଲ।

ଉଦ୍ଧବ ଙ୍କ ଏଫ ଆଇ ଆରକୁ ଭିତ୍ତିକରି ଫୁଲବାଣୀ ର ସାଇଣ୍ଟିଫିକ ଟିମ ଆଜି ତେରାଗୁଡା ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ ଆରମ୍ଭ କରିଛନ୍ତି।ଇତି ମଧ୍ୟରେ ପେଟ୍ରୋଲ ପକାଇ ଜାଳିଦେଇଥିବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ଘଟଣା ସୁରାକ କେହି ପିଇ ନଥିଲେ।

ଏପରିକି ମୃତ ଉଲାସ ର ସ୍ୱାମୀ ଓ ବାପଘର ଲୋକେ କିଛି ଜାଣି ନଥିଲେ।ଜାନୁଆରୀ୨ତାରିଖରେ ଉଦ୍ଧବ ଥାନାରେ ଏତେଲା ଦେବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା ଓ ପୋଲିସ ତଦନ୍ତ ଆରମ୍ଭ କରିଥିଲା।


ସୂଚନାଯୋଗ୍ୟ ଯେ ପକନାଗାଁ ର କୁମାରୀ ସରସ୍ୱତୀ ଦିଗାଲ କେଉଁ ଉଦ୍ଧେଶ୍ୟରେ ଉଦ୍ଧବ ଘରେ ନଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡିମାରିବାକୁ ଚେଷ୍ଟା କରୁଥଲେ? ପୂର୍ବରୁ ଉଦ୍ଧବକୁ ଛାଡପତ୍ର ଦେବାକୁ ବାରମ୍ବାର ଉଲାସ ଉପରେ ଚାପ ପକାଉଥିଲେ। ଏପରିକି ଉଦ୍ଧବ ଦିଗାଲ ଘରେ ଗତକିଛି ଦିନ ତଳେ ସରସ୍ୱତୀ ଦିଗାଲ ଭଡାରେ ରହି ମଦ୍ୟପାନ କରିବା ସହ ଅସାମାଜିକ ଓ ଅନୈତିକ କାର୍ଯ୍ୟ କରିବାରୁ ଘରୁ ବହାର କରିଦେଇଥିଲେ।ସେଥିରେ ଉତକ୍ଷିପ୍ତ ହୋଇ ତା ଭାଇଙ୍କ ସହଯୋଗ ରେ ଉଦ୍ଧବକୁ ମାରିବା ସହ ବରବାଦ କରିଦେବି ବୋଲି ଧମକ ଦେଇଥିବା ଏଫ ଆଇ ଆର ରେ ଉଲ୍ଲେଖ ରହିଛି। ଘଟଣାଦିନ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ପରେ ସନ୍ଦେହ ରୁ ବାହାରିବାକୁ କାହାକୁ ନ ଜଣାଇ ଉଦ୍ଧବର ସାନ ଭଉଣୀକୁ ଧରି ଚିକିତ୍ସା ପାଇଁ ମେଡ଼ିକାଲ ନେଇ ଶେଷରେ ଏସ ସିବି କଟକ ରେ ଚିକିତ୍ସା ଆରମ୍ଭ କରିଥିଲେ।ଏସମସ୍ତ ବିଷୟ ଏଫ ଆଇ ଆରରେ ଉଲ୍ଲେଖ ରହିଛି ।

ଉଲାସକୁ ପେଟ୍ରୋଲ ଢାଳି ପୋଡିଦେବା ବେଳେ ତାର ଛୋଟ ପିଲାମାନେ ଦେଖିଥିବା ଉଲାସର ଭଉଣୀ ସସ୍ମିତା ସାହାଣୀ ସୁଚନା ଦେଇଛନ୍ତି।ଏହାର ଏକ ଉଚ୍ଚସ୍ତରୀୟ ଲୋକମାନେ ଦାବି କରିଛନ୍ତି।

ଫୁଲବାଣୀ ରୁ ପ୍ରତାପ ଦିଗାଲ ଙ୍କ ସହ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର।