
ଫୁଲବାଣୀ, ୦୩/୦୧/୨୨ (ଜିଲ୍ଲା ଖବର ) : ଆଜି ନବର୍ସରୁ ୧୫ ବର୍ଷ ରୁ ୧୮ ବର୍ଷ ବୟସ୍କ ମାନଙ୍କୁ କୋଭିଡ ଟୀକାକରଣ ର ଶୁଭାରମ୍ଭ ହୋଇଛି।

ଏ ନେଇ ଆଜି ଫୁଲବାଣୀ ର ବିଜୁ କଲ୍ୟାଣ ମଣ୍ଡପ ରେ ଟୀକାକରଣ ର ବ୍ୟବସ୍ଥା କରାଯାଇଛି।

ଜିଲା ସ୍ୱlସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ପଟ୍ଟନାୟକ ଏହି ଟୀକାକରଣଙ୍କୁ ଉଦ୍ଘାଟିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ପ୍ରଶ୍ନନ କୁମାର ତ୍ରିପାଠୀ,ଡିଏମଆରସିଏଚ ର ଆଶିଷ କୁମାର ମହାନ୍ତି ଉପସ୍ଥିତ ରହି ଟିକାକରଣଙ୍କୁ ସୁ ବନ୍ଦବସ୍ତ କରିଥିଲେ।ଏହା ସହିତ ଜିଲାର ସମସ୍ତ CHC, SDH ସକାଳ ୯.୩୦ ରୁ ଟୀକାକାରଣ ଆରମ୍ଭ କରାଯାଇଛି।ସେହିପରି ଏକ ଭ୍ରାମ୍ୟମାଣ ଦଳ ପ୍ରତ୍ୟେକ ଦିନ ବିଭିନ୍ନ ଜାଗା ରେ ଟୀକାକରଣ କରିବା ର ବି ବ୍ୟବସ୍ଥା ବି କରା ଯାଇଛି।

ଜିଲ୍ଳା ରେ ସମୁଦାୟ ୩୯,୨୨୨। ଜଣ ଟୀକା ନେବାକୁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ଚିକିତ୍ସାଧିକlରି l

ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର



