କନ୍ଧମାଳ ଜିଲ୍ଲା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବିଡ଼ିଓଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

49

କନ୍ଧମାଳ ,୧୯/୮(ଏଜେନସି ) : ଆଜି ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧିଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା କରାଯାଉ ଆଜିର ଦିନରେ ଯେଉଁ ଭଳି ଦରଦାମ ବୃଦ୍ଧି ହେଉଛି ତାହା ଚଳିବାରେ ବହୁତ କଷ୍ଟ ହେବା ସହ ଆମର ବଞ୍ଚିବାର ଅଧିକାର ସମ୍ବିଧାନ ୨୧ କୁ ଉଲଘଂନ କରାଯାଉଛି । ଆସିଥିବା ସମସ୍ତ ଗ୍ରାମ ପଞ୍ଚାୟତର ବୃଦ୍ଧ ବୃଦ୍ଧି ଏକତ୍ରିତ ହୋଇ ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବରଙ୍କ ଜିରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ।