
ଶେରଗଡ଼,୦୨/୦୧/୨୨ (ଜିଲ୍ଲା ଖବର ) : ନୂତନ ବର୍ଷ ଉପଲକ୍ଷେ ମହୁପଦର ପଞ୍ଚାୟତ ଢ଼ିଙ୍କିଶାଳ ଗ୍ରାମରେ ଶ୍ରୀ ଶ୍ରୀ ବାଲେଶ୍ୱର ଭଲିବଲ ସଂଘ ବା ଯୁବକ ସଂଘ ତରଫରୁ ଏକ ” ଭଲିବଲ ଟୁର୍ଣ୍ଣାମେଣ୍ଟ ” ଉଦଘାଟିତ ହୋଇଯାଇଛି ।

ଉଦଘାଟନୀ ମ୍ୟାଚରେ ସୋନପୁର ବନାମ ବୁଲେଟ ସିକ୍ସ ମଧ୍ୟରେ ପ୍ରତିଯୋଗିତା କରିଥିଲେ ।

ଏହି ଟୁର୍ନାମେଣ୍ଟ ରେ ମୋଟ ଆଠଟି ଦଳ ଅଂଶ ଗ୍ରହଣ କରବେ |ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସାରସ ସ୍ୱାଇଁ, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର, ଉପାଧ୍ୟକ୍ଷ ବିଶ୍ୱନାଥ ସ୍ୱାଇଁ, ୫୮ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ପାତ୍ର ଉପସ୍ଥିତ ଥିଲେ।

ସେହିପରି ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ଦିଗାମ୍ବର ନାହାକ, ସରପଞ୍ଚ ଚୋରିଆ ପ୍ରଧାନ, ପଞ୍ଚାୟତ ଯୁବ ସଭାପତି ଟୁକୁନା ପରିଡ଼ା, ଶେରଗଡ଼ ଛାତ୍ର ବିଜେଡ଼ି ସଭାପତି ଜଗନ୍ନାଥ ଗୌଡ଼, ଡିଜିଟାଲ ସମ୍ପାଦକ ବିପ୍ଳବ ସେଠୀ, ସୀମାଞ୍ଚଳ ମଳିକ, ବିକ୍ରମ ମଳିକ, ସମେତ ବହୁ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ଉପସ୍ଥିତ ରହିଥିଲେ ।।



