ଆସିକା (ଜିଲ୍ଲା ଖବର) : ଆସିକାରେ ହଙ୍ଗର୍ସ ଫୁଡ ପକ୍ଷରୁ ମକୁନ୍ଦପୁର ହନୁମାନ ମନ୍ଦିର ଠାରେ ଥିବା ହଙ୍ଗର୍ସ ଫୁଡ଼ କାର୍ଯ୍ୟଳୟ ପରିସର ମଧ୍ୟରେ ହଙ୍ଗର୍ସ ଫୁଡ଼ର ପରିଚାଳକ ଜିଲୁ ମହାନ୍ତି ଙ୍କ ତତ୍ୱବୋଧନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି.।

ଉକ୍ତ ରକ୍ତଦାନ ଶିବିରକୁ ଆସିକା ସାସଂଦ ପ୍ରମିଳା ବିଶୋଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣା,ବିଜେଡି ଗଞ୍ଜାମ ଜୋନ ଯୁବ ସଭାପତି ନଚିକେତା ସ୍ୱାଇଁ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ନାହାକ, ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ,କାଳଷଣ୍ଢ ପୁର ପଞ୍ଚାୟତ ସରପଞ୍ଚ ଧନମାଳି ସିୟ , ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ବରିଷ୍ଠ ନେତା ସୁବାସ ମହାନ୍ତି ସମେତ ବହୁ ଯୁବକ ସ୍ବେଛାସେବୀ ଯୋଗଦେଇଥିଲେ ।

ସକାଳ ଦଶଟା ରୁ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା। ୧୨୨ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମାଜ ସେବା କାର୍ଯ୍ୟ କରି ଆସିକା ଅଞ୍ଚଳରେ ହଙ୍ଗର୍ସ ଫୁଡ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅସହାୟ ମାନଙ୍କୁ ବସ୍ତ୍ର ଯୋଗାଇବା ଭଳି ମହାନ କାର୍ଯ୍ୟ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ହଙ୍ଗର୍ସ ଫୁଡ। ଏହି ସ୍ବେଛାସେବୀ ଅନୁଷ୍ଠାନର ଉଦ୍ୟକ୍ତା ଯଯାତି କେଶରୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରକୁ ନେଇ ଅଂଚଳର ଯୁବକ ମାନଙ୍କ ମଧ୍ୟରେ ଉତ୍ସହ ଭରି ରହିଥିବା ଜଣାପଡିଛି। ଉକ୍ତ ସମୟରେ ଟୁନା ପାଳ, କାଳିଆ ସାମଲ, ରାଜେଶ ନାହାକ, ଅନୀଲ ନାହାକ, ମନିକା ପାଳ, ମନୀଷା ପାଳ, ଅଙ୍କିତ ପାଳ, ଲାଲୁ ଜେନା, କାଳିଆ ନାହାକ, ସୁଶାନ୍ତ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।






