
ରାୟଗଡା, ୦୧/୦୧/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହ ପୁର ସମବାୟ ସମିତିରେ ବାରମ୍ବାର ଏମ୍ ଡି ଦୁର୍ନୀତି ସମ୍ପର୍କରେ ସମବାୟ ସମିତିର ଏ ଆର ସିଏ ଦିପକ୍ କୁମାର ବାରା ଙ୍କୁ ଜଣାଇଲେ ମଧ୍ୟ କାହିଁକି ଏମ୍ ଡି ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ୨୦୧୯ ମସିହାରେ ବର୍ତ୍ତମାନ ର ଏମ୍ ଡି ଧାନ ମଣ୍ଡି ରେ ବହୁତ ଦୁର୍ନୀତି ଅଭିଯୋଗ ହୋଇଥିଲା ଏବଂ ବିଭିନ୍ନ ଖବରକାଗଜରେ ଖବର ପ୍ରଶାରଣ ହେବାପରେ ପୂର୍ବ ତନ ଜିଲ୍ଲା ପାଳ ଶ୍ରୀ ପ୍ରମଦ କୁମାର ବେହେରା ସେହି ଏମ୍ ଡି ଙ୍କୁ କାର୍ଯ୍ୟ ରୁ ସସ୍ ପେଣ୍ଟ କରିବା ପାଇଁ ଆଦେଶ ଦେଇଥିବା ବେଳେ ଡି ଆର ସିଏ ତାଙ୍କୁ ମିଛ ପ୍ରମାଣ ଜିଲ୍ଲା ପାଳ ଙ୍କୁ ଦେଇ ସେହି ଏମ୍ ଡି କୁ ରଖାଯାଇଥିଲା। ଏହାର ସମସ୍ତ ତଥ୍ୟ ଓ ଜିଲ୍ଲା ପାଳ ଙ୍କ ସସ୍ ପେଣ୍ଟ କରିବାକୁ ଦିଆ ଯାଇଥିବା ଲେଟର ମଧ୍ୟ ଆମ ପାଖରେ ରହିଛି। ବର୍ତ୍ତମାନ ମଧ୍ୟ ଧାନ ମଣ୍ଡି ରେ ଓ ଏମ୍ ଡି ନିଯୁକ୍ତି ରେ ମଧ୍ୟ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସୁଛି। ହେଲେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଏମ୍ ଡି ଙ୍କ ପ୍ରତି।
ଏହି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ଡି ଆର ସି ଏସ୍ ଙ୍କୁ ଯୋଗାଯୋଗ କରିବାରୁ ସେ ସେ ଏହାର ତଦନ୍ତ କରି ବି ବୋଲି କହିଛନ୍ତି। ଯଦି ସପ୍ତାହ ଭିତରେ ଏହାର ତଦନ୍ତ କରାନଯାଏ ତାହେଲେ ସମବାୟ ସମିତିର ମନ୍ତ୍ରୀ ଙ୍କୁ ସମସ୍ତ ତଥ୍ୟ ଦିଆଯିବ ଓ ସୂଚନା ଅଧିକାରୀ ଆଇନ ଦ୍ୱାରା ସମସ୍ତ ତଥ୍ୟ ମଗାଯିବ । ତେଣୁ ଏହାର ଯଥା ଶୀଘ୍ର ତଦନ୍ତ କରି ମ ଦୋଷୀ ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ଏବଂ ଏକ ଲକ୍ଷ ଟଙ୍କା ଦେଇ ଏମ୍ ଡି ଦାଇତ୍ଵ ରେ ରହିଥିବା ଘଟଣା ଟି ମଧ୍ୟ ସତ୍ୟ । ଏହାର ତଦନ୍ତ ସାପେକ୍ଷ।






