
ନବରଙ୍ଗପୁର, ୨୯/୧୨/୨୧ (ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ରେ ଅଙ୍ଗନୱାଡ଼ି କର୍ମୀ ଚୟନ ଓ ନିଯୁକ୍ତି ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି କିଛି ଆଶାୟୀ ପ୍ରାର୍ଥୀନୀ। ଆଶାୟୀ ଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପ୍ରଶାସନ ଅଙ୍ଗନୱାଡ଼ି କର୍ମୀ ଙ୍କ ନିଯୁକ୍ତି ପାଈଁ ବିଜ୍ଞାପନ ଗତ ଅଗଷ୍ଟ ମାସରେ ବାହାର କରିଥିଲେ, ନିଯୁକ୍ତି ସକାଶେ ଯେଉଁ ସର୍ତ୍ତାବଳୀ ରଖାଯାଇଥିଲା ଚୟନ ବେଳେ ତାହାର ଖୋଲାଖୋଲି ଉଲ୍ଲଘଂନ କରାଯାଇଛି ସ୍ଥାନୀୟ ପାର୍ଥିନି ଙ୍କୁ ଅଗ୍ରାଧିକାର ଦିଆନଯାଇ ଜିଲ୍ଲା ବାହାର ମହିଳା ଙ୍କୁ ନିଯୁକ୍ତି ଦିଆଯାଇଛି ।

କିଛି ସ୍ଥାନରେ ଅଧିକା ମାର୍କ ରଖିଥିବା ଓ ଅଧିକ ଶିକ୍ଷାଗତ ଯୋଗ୍ୟତା ପାର୍ଥିନି ଙ୍କୁ ବାଦ ଦିଆଯାଇ କମ ମାର୍କ ରଖିଥିବା ଓ କମ ଶିକ୍ଷାଗତ ଯୋଗ୍ୟତା ପାର୍ଥିନି ଙ୍କୁ ନିଯୁକ୍ତି ଦିଆଯାଇଛି ଏହିସବୁ କୁ ବିରୋଧ କରି ଜିଲ୍ଳାର ଚାରିଗୋଟି ପଞ୍ଚାୟତର ନଅ ଜଣ ଆଶାୟୀ ଆଜି ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଥିଲେ,ଉପଜିଲ୍ଲପାଳଙ୍କ ଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ ଙ୍କୁ ଅଭିଯୋଗ ଦାଖଲ କରିଛନ୍ତି ଏହି ଅଭିଯୋଗ ର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ପାର୍ଥିନୀ ଙ୍କୁ ନିଯୁକ୍ତି କରା ନଗଲେ ହାଇ କୋର୍ଟ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ଅପରପକ୍ଷେ ଅତିରିକ୍ତ ଉପଜିଲ୍ଲପାଳ ପ୍ରଶାନ୍ତ କୁମାର ରାଉତ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।



