
ନୂଆଦିଲ୍ଲୀ, ୦୪/୧୨; ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
“ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ ରତ୍ନ ଡଃ ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶତ ଶତ ପ୍ରଣାମ । ସେ ସ୍ୱାଧୀନତା ଆନ୍ଦୋଳନରେ ଅତ୍ୟନ୍ତ ସକ୍ରିୟ ଭୂମିକା ନିର୍ବାହ କରିଥିଲେ, ଏଥିସହିତ ସମ୍ବିଧାନ ନିର୍ମାଣ କ୍ଷେତ୍ରରେ ମଧ୍ୟ ବିଶେଷ ଯୋଗଦାନ କରିଥିଲେ । ତାଙ୍କର ବିନମ୍ର ବ୍ୟକ୍ତିତ୍ୱ ଦେଶବାସୀଙ୍କୁ ସଦା ସର୍ବଦା ପ୍ରେରିତ କରିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।



