
ହିଞ୍ଜିଳିକାଟୁ , ୨୯/୧୨/୨୧ (ଜିଲ୍ଲା ଖବର ) : ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ହିଞ୍ଜିଳିବ୍ଲକ ସ୍ଥିତ ଏକମାତ୍ର ଦେବୀ ସ୍ୱୟଂ ସହାୟିକା ଗୋଷ୍ଠୀ ପୋଚିଲିମ୍ମା,କୁ ଚଳିତ ଖରିଫ ଋତୁ ୨୧-୨୨ର ଧାନ ସଂଗ୍ରହ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି।

ଏହି କ୍ରମରେ ସମ୍ପୃକ୍ତ ଏସଏଚଜି ପକ୍ଷରୁ ବିଧିବଦ୍ଧ ଭାବେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ପୋଚିଲିମ୍ମା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗଂଜାମ ଜିଲ୍ଳାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ଦ୍ୱୀପ ପଯ୍ୟଳନ କରିଥିଲେ।ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ରିବନ ପିଥା କୁ କାଟି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।

ପ୍ରଥମ ଦିନରେ ଚାଷୀକିଛି ମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ ଜେନା, ବ୍ଲକ୍ ଅଧକ୍ଷ ଏନ୍ ରଘୁନାଥ, ତହସିଲଦାର ପ୍ରଭାତ କୁମାର ପରିଡ଼ା , ଥାନା ଅଧିକାରୀ ଅଭିମନ୍ୟୁଦାସ, ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ , ସଭାପତି ଡି. ପୁର୍ନବାସୀ,ସମ୍ପାଦିକା ଡି. ଲକ୍ଷ୍ମୀ, ପି. ଜୟ,ଶ୍ରୀମା ଓ ସାବିତ୍ରୀ ରାଇସ ମିଲ ସମେତ ସଦସ୍ୟା ମାନେ ପ୍ରମୁଖ ଉପସ୍ଥିତ ଥିଲେ।



