Saturday, November 14, 2026
Home ଆଞ୍ଚଳିକ ଆସିକା ଚିନି କଳର ଆଧୁନିକରଣ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ।

ଆସିକା ଚିନି କଳର ଆଧୁନିକରଣ ଦିଗରେ ଜିଲ୍ଲା ପ୍ରଶାସନ ତତ୍ପରତା ।

83

ବ୍ରହ୍ମପୁର,୨୮/୧୨/୨୧ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଏକ ମାତ୍ର ଚିନି ଶିଳ୍ପ କାରଖାନା ରହିଛି। ବହୁ ବର୍ଷର ଚିନି ଶିଳ୍ପ କାରଖାନା ବନ୍ଦ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଛନ୍ତି। ଆସିକା ଅଞ୍ଚଳ ଠାରେ ଥିବା ଚିନି ଶିଳ୍ପ ର ଆଧୁନିକ କରଣ କରିବା ନିମନ୍ତେ ଏବେ ଜିଲ୍ଲା ପ୍ରଶାସନର ତତ୍ପରତା । ମଙ୍ଗଳବାର ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଆସିକା ଗ୍ରସ୍ତରେ ଆସି ପରିଚାଳନା ନିର୍ଦ୍ଦେଶଙ୍କୁ ଚିନି ଶିଳ୍ପକୁ ଉନ୍ନତି ଦିଗରେ ପରାମର୍ଶ ଦେଇଛନ୍ତି। ଶିଳ୍ପର ବିଭିନ୍ନ ସ୍ଥିତି ପରିଦର୍ଶନ କରି ପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଉକ୍ତ ବୈଠକରେ ପୁରାତନ ଏହି ଶିଳ୍ପ କୁ ଅତି ଆଧୁନିକ କରଣ କରିବା ପାଇଁ ସୁଦକ୍ଷ ବ୍ୟକ୍ତି ବିଶେଷଙ୍କ ଠାରୁ ପରାମର୍ଶ ନେଇଥିଲେ । ଏହି କାର୍ଯ୍ୟ କିଭଳି ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

୬ କୋଟି ୪୪ ଲକ୍ଷ ଅର୍ଥ ବିନିମୟରେ କାର୍ଯ୍ୟକାରୀ ହୋଇଥିବା ଡିଷ୍ଟାଲାରୀ ପ୍ଲାଣ୍ଟର କାର୍ଯ୍ୟ କ୍ଷମ ଯେପରି ଆଗାମୀ ଦୁଇମାସ ମଧ୍ୟରେ ଶେଷ ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସିକା ବଟଲିଙ୍ଗ ପ୍ଲାଣ୍ଟଟିକୁ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କରିବା ସକାଶେ ପଦକ୍ଷେପ ଗ୍ରହଣ କରାଯିବ। ଆଖୁ ପ୍ରୋସେସିଙ୍ଗ ପ୍ଲାଣ୍ଟ ୟୁନିଟ ଆଗାମୀ ଜାନୁଆରୀ ୧୦ ସୁଦ୍ଧା ଯେପରି କାର୍ଯ୍ୟକ୍ଷମ ହେବ ସେଥିନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ନାୟକ, ସମବାୟ ସେମିତିର ଉପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ଦାଶ, ଚିନି କଳର ସମ୍ପାଦକ ଚନ୍ଦ୍ରଶେଖର ରେଡ୍ଡୀ , କାରଖାନା ର ଅନ୍ୟାନ୍ୟ କର୍ତ୍ତୃପକ୍ଷ ଏବଂ ବୈଶାୟିକ କର୍ମଚାରୀଗଣ ଉପସ୍ଥିତ ଥିଲେ ।