ଫୁଲବାଣୀରେ ଆଜି ବିଜେଡି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି ।

26

କନ୍ଧମାଳ:- ଫୁଲବାଣୀ ରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । କେବଳ ଫୁଲବାଣୀ ସହର ନୁହେ ସାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ୍ ରେ ପାଳନ କରଯାଇଛି।

ସଦର ମହକୁମା ଫୁଲବାଣୀ ରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କର୍ଣ ଙ୍କ ସଭାପତିତ୍ବରେ ପାଳନ ହୋଇଥିବା ବେଳେ ବ୍ଲକ୍ ରେ ବ୍ଲକ୍ ସଭାପତି ମାନଙ୍କ ନେତୃତ୍ୱ ରେ ପାଳନ ହୋଇଛି। ଫୁଲବାଣୀ ରେ ବିଜେଡ଼ି ସହ ପ୍ରଭାରୀ କିଶୋର ମେହେର ଯୋଗ ଦେଇ କର୍ମୀ ଓ ନେତା ମାନଙ୍କୁ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନାର ଜୟ ଗାନ କରିଥିଲେ।

ଜିଲ୍ଲା ଯୁବ ସଭାପତି, ଛାତ୍ର ସଭାପତି, ମହିଳା ସଭାପତି ଙ୍କ ସମେତ ବହୁ ନେତା ଯୋଗଦେଇ ବିଜେଡ଼ି ର ହାତ ମୁଠାକୁ ଟାଣ କରିବା ସହିତ ଆଗମୀ ନିର୍ବାଚନ ରେ ଦଳ ପାଇଁ ନିଷ୍ଠା ର ସହିତ କାମ କରିବାପାଇଁ ଅନୁରୋଧ କରିଥିଲେ। ନବୀନ ସରକାର ଙ୍କ ଜନ ମଙ୍ଗଳ ଯୋଜନା ର ସମସ୍ତେ ଲାଭ ପାଇପାରିଛନ୍ତି ଅଗକୁ ବି ସହଯୋଗ କଲେ ସୁଫଳ ମିଳିବ ବୋଲି ବକ୍ତା ମାନେ କହିଥିଲେ।ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର