ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।

66

କନ୍ଧମାଳ, ୨୬/୧୨/୨୧ ( ଜିଲ୍ଲା ଖବର ) : ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ନିକଟସ୍ଥ ତୁଡିପାଜୁ ଠାରେ ହେଇଥିବା ଏହି କାର୍ଯ୍ୟକ୍ରମ ରେ ଟିମ୍ ର ଜିଲ୍ଲା ସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।


ଏହି ବୈଠକରେ ଟିମ୍ ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗକୁ ଟିମ୍ ଯେମିତି ବିଭିନ୍ନ ଦିଗରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଭଲ ମନ୍ଦ ରେ ସାଥି ହେଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି।

ଉକ୍ତ ସ୍ଥାନଟି ବଣଭୋଜି ନିମନ୍ତେ ଉଦ୍ଧିଷ୍ଟ ଥିବା ହେତୁ ଟିମ୍ ର କାର୍ଯ୍ୟକ୍ରମ ଶେଷ ହେବା ପରେ ଉକ୍ତ ସ୍ଥାନର ଚତୁଃପାର୍ଶ୍ଵରେ ହୋଇଥବା ଭୋଜି ର ଆବର୍ଜ୍ଜନା ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ସମସ୍ତ ସଦସ୍ୟ ସଦସ୍ୟା ପାଖା ପାଖି ପରିବେଶର ଆବର୍ଜ୍ଜନା ସଫାକରିବା ଦିଗରେ ନିୟୋଜିତ ହୋଇଥିଲେ।


ଟିମ୍ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି.ଲୋକନାଥ ରାଜୁ ଙ୍କ ପ୍ରତେକ ତତ୍ୱlବଦ୍ଧାନ ରେ ଆଜିର ଏହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳନା ହୋଇଥିଲା।


ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର