Sunday, November 15, 2026
Home ଆଞ୍ଚଳିକ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ l

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ l

69

ବିଷମକଟକ , ୨୬/୧୨/୨୧ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକସ୍ଥାନୀୟ କଲ୍ୟାଣ ମଣ୍ଡପ ହୋଲ ପରିସରରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ବ୍ଲକ ସଭାପତି ଶ୍ରୀ ଦେବି ପଟ୍ଟନାୟକ ଓ ଜିଲ୍ଲା ଯୁବ ବିଜେଡି ସଭାପତି ଶିବି ଜେସିଟି ଙ୍କ ମିଳିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିବା ସହ ଏହି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ବୁଝାଇଥିଲେ l

ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରୀ ବିଜୟ ହାସଲ କରିବ ସେଥିପ୍ରତି ଆହ୍ୱାନ ଦେଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଖଦି ଯୋଜନା ବୋର୍ଡ ମେମ୍ବର ଶ୍ରୀ ପୃଥିବୀ ରାଜ ସାହୁ, ନାନୁ ପଣ୍ଡା, ଜୋତି ପ୍ରସାଦ ସାହୁ, ଗୋପାଳକୃଷ ପଟ୍ଟନାୟକ, ସମସ୍ତ ସମିତି ସଭ୍ୟ, ସରପଞ୍ଚ, ପୂର୍ବତନ ଏସଡିସି ଅଧକ୍ଷ ଜଗନ୍ନାଥ ନୁନ୍ଦ୍ରୁକା ପ୍ରମୁଖ ଉପସ୍ଥିତ ଥିଲେ।

ବରିଷ୍ଠ ଆଇନଜୀବୀ ତଥା ଖଦି ବୋର୍ଡ ମେମ୍ବର ଶ୍ରୀ ପୃଥିବୀ ରାଜ ସାହୁ ଓ ଜୋତି ପ୍ରସାଦ ସାହୁ , ବିଷମକଟକ ବ୍କକ୍ ଚ୍ୟାରମେନ୍ ବିଜୟ କାନ୍ତି କୁମୁରୁକା ଓ ଅନ୍ୟ ନେତା ମାନେ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ବିଷମକଟକ ବ୍କକ୍ ବିଜେଡି ସଭାପତି ଶ୍ରୀ ଦେବି ପଟ୍ଟନାୟକ ପରିଚାଳନା କରିଥିଲେ।