Wednesday, November 11, 2026
Home ଆଞ୍ଚଳିକ ଅସହ୍ୟ ଶୀତ,ଥଣ୍ଡା ପବନ ଆଉ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହାଟମୁନିଗୁଡା ପଞ୍ଚାୟତ ବାସୀଙ୍କ ଜନଜୀବନ।

ଅସହ୍ୟ ଶୀତ,ଥଣ୍ଡା ପବନ ଆଉ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହାଟମୁନିଗୁଡା ପଞ୍ଚାୟତ ବାସୀଙ୍କ ଜନଜୀବନ।

201

ବିଷମକଟକ , ୨୪/୧୨/୨୧ (ଜିଲ୍ଲା ଖବର ) : ରାୟଗଡା ଜିଲ୍ଲାର ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଆଉ ନିୟମଗିରି ପର୍ବତମାଳା ପରିବେଷ୍ଟିତ ହାଟମୁନିଗୁଡା ଅଂଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଥଣ୍ଡା ଲହର ଆଉ ଘନ କୁହୁଡି ଆଚ୍ଛାଦିତ ପରିବେଶ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।ଏହି ପାହାଡ଼ି ବ୍ଲକର ଅନେକ ଅଞ୍ଚଳରେ ପାରଦ ୬/୭
ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ୩ଦିନ ହେବ ସକାଳ ୯ଟା ପ୪/୫ର୍ଯ୍ୟନ୍ତ ଲୋକମାନେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ଅପରାହ୍ନ ୪-୩୦ରୁ ଲୋକମାନେ ଥଣ୍ଡା ପବନ କୋପରେ ନିବୁଜ ଘରେ ପସି ରହୁଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁସିତ ତଥା ବହୁ ଗରିବ ଶ୍ରେଣୀ ଖଟିଖିଆ ଦିନ ମଜୁରିଆ ଲୋକମାନେ ଦିନ ହେବ ପଦାକୁ ବାହାରିବା ଅସମ୍ଭବ ହୋଇ ପୁଡୁଥିବାରୁ ସେମାନଙ୍କ ଜୀବନ ଜୀବିକା ଉପରେ ଅନେକ ପ୍ରଭାବ ପଡୁଛି।ଅସହ୍ୟ ଶିତ ଦାଉରୁ ରକ୍ଷା ପାଇବା ପାଇଁ ଧନୀ ଗରିବ ସମସ୍ତେ ନିଆଁ ଜାଳି ସେକି ହେଉଥିବା ବେଳେ ହାଟମୁନିଗୁଡା ସର୍ବ ସାଧାରଣ ସ୍ଥାନରେ କାଠ ଜାଳି ନିଆଁ ପୂଉଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।ଅଧିକାଂଶ ଲୋକ ଶୀତ ଭୟରେ ଗାଧଉ ନଥିବା ବେଳେ ଦିନରାତି ଶୀତ ବସ୍ତ୍ର ଓହ୍ଲାଉ ନଥିବା ଦେଖିବାକୁ ମିଳୁଛି।ଶୀତ ସକାଳର କାକରଭିଜା ପରିବେଶରେ ପ୍ରାତଃ ଭ୍ରମଣ ଓ ଯୋଗାଭ୍ୟାସ ଆଦି ଶରୀର ଫିଟ ରଖିବାଭଳି ବାୟାମ ପ୍ରଭାତ ପଥଚାରି ଲୋକମାନେ କରୁଥିବା ବେଳେ ବୃଦ୍ଧବୃଦ୍ଧାମାନେ ଘରୁ ପଦାକୁ ବାହାରୁ ନଥିବା ଜଣା ଯାଉଛି।

ଅନେକ ସ୍ଥାନରେ ବୁଲା ଗୋରୁଗାଈ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁରେ ସେକିହେଉଥିବା ମଣିଷଙ୍କ କଡରେ ଜାକିହୋଇ ପିଠି ଦେଖାଉଛନ୍ତି। ଶୀତର ଏହି କୋପରୁ ସାଧାରଣ ଲୋକଙ୍କୁ ଉଦ୍ଧାର ସହିତ ଜୀବିକାକୁ ଚଳ ଚଞ୍ଚଳ କରିବାର ଆବଶ୍ୟକତା ଅନିର୍ବାର୍ୟ୍ଯ ହୋଇପଡିଛି।ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଅନୁରୋଧ।