Sunday, November 15, 2026
Home ଆଞ୍ଚଳିକ ଭାରତୀୟ ଯୁବ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

ଭାରତୀୟ ଯୁବ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

123

ବିଷମକଟକ , ୨୪/୧୨/୨୧ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଶିବ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସିଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ବିଷମକଟକ ବ୍ଲକର ଆଇ ବି ଡାକବଙ୍ଗଳାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛିଯାଇଛି ।

ଏହି ସମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଧେଶ୍ୟ ହଉଛି ବିଷମକଟକ ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଯେପରି ସ୍ୱାସ୍ଥ୍ୟ ସେବାରେ ରକ୍ତ ଯୋଗେଇବା ପାଇଁ ଲାଞ୍ଚ ଦାବି କରିବା, ମେଡ଼ିସିନ ବଣ୍ଟନରେ ଅବହେଳା, ଡେଲିବେରୀ ସେବା, ମୃତ୍ୟୁ ପଞ୍ଜିକରଣ ପ୍ରମାଣପତ୍ର ପାଇଁ ଲାଞ୍ଚ ମାଗିବା, ଶିକ୍ଷା ବ୍ୟବସ୍ଥାରେ ଅବହେଳା, ଅଙ୍ଗନବାଡ଼ି ଖାଦ୍ୟ ବଣ୍ଟନ ପାଇଁ ପିସି ମାଗିବା, ନକଲି ଶିକ୍ଷକ ନିଯୁକ୍ତି, ପି.ଏମ. ସଡ଼କ ଯୋଜନାରେ ଅର୍ଥ ଲୁଟ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତିରେ ଗରିବ ନିରୀହ ଲୋକଙ୍କ ସହ ଅତ୍ୟାଚାର କରିବା, ସ୍ତ୍ରୀଟ ଲାଇଟ, ବୁଦ୍ୟୁତ ସଂଯୋଗ ରେ ଅବହେଳା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସଠିକ ଭାବରେ ନ ଯୋଗେଇବା, ସରକାରୀ ଅଧିକାରୀଙ୍କ ସହଯୋଗରେ ସରକାରୀ ଜାଗା ବିଜେଡ଼ି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଯୋଗେଇବା, ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଏ.ଇ, ଯେ.ଇ ଙ୍କ ମାନମୁଖୀ କାର୍ଯ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ ବଦଳିରେ ଦୁର୍ନୀତି ଆଦି ସମସ୍ୟାକୁ ନେଇ ଉଭୟ ଶାସକ ଦଳ ନେତା ଏବଂ ସରକାରୀ ଅଧିକାରୀଙ୍କ ଉପରେ ଶ୍ରୀ ଶ୍ୟାମ ଦାଶ ଦୃଢ଼ ନିନ୍ଦା କରି ଗର୍ଜିଲେ ।

ବିଜେଡ଼ି ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାଶ ଙ୍କ ନିଜ ଜାଗାରେ ପ୍ରଶାସନ ଦୁର୍ନୀତି କରିବା ଜାହା ନିନ୍ଦନୀୟ ବୋଲି ଟାର୍ଗେଟ କରି କହିଛନ୍ତି ସଭାପତି ଶ୍ୟାମ ଦାଶ ।

ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଯୁବ ମୋର୍ଚ୍ଚା ରାଜ ରାସ୍ତାକୁ ଓଲ୍ହାଇବାକୁ ମାଧ୍ୟ ପଛ ଘୁଞ୍ଚା ଦେବେନି ବୋଲି ଚେତାବନୀ ଦେଇଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶଙ୍କ ସମେତ ଜିଲ୍ଲା ଉପସଭାପତି କୃଷ୍ଣ ପଣ୍ଡା,ସମ୍ପାଦିକା ସୁଶୀଳା ସାରଫ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଗୌତମ ଉଲ୍ଲକା,ଲାଲା ମହାନ୍ତି,ମଣ୍ଡଳ ସଭାପତି ରୋହିତ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।